Advertisment

ବିରୋଧିଙ୍କ ଟାର୍ଗେଟ୍‌ 'ଭୋଟ ପାଇଁ ବିଜେଡି କରୁଛି ମନ୍ଦିର ରାଜନୀତି'

ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି ।

undefined

Tara Tarini shakti peeth

Advertisment

ନୂଆ ରୂପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଆଦି ଶକ୍ତିକ୍ଷେତ୍ର ମା ତାରାତାରିଣୀଙ୍କ ପୀଠ । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ମିତ ମନ୍ଦିର, ଯଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ, ଦୀପଘର, ଭ୍ୟୁ-ପଏଣ୍ଟ୍, ପ୍ରାଶାସନିକ ଭବନକୁ ଲୋକାର୍ପିତ କରିଛନ୍ତି । ତେବେ ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପି ପ୍ରାଚୀନ ମନ୍ଦିରଗୁଡ଼ିକର ବିକାଶ କରି ଖେଳୁଥିବା ହିନ୍ଦୁତ୍ୱ କାର୍ଡର କାଉଣ୍ଟର କରିବାକୁୁ ବିଜେଡି ବି ମନ୍ଦିର ଉପରେ ଫୋକସ୍ କରୁଛି । ସେପଟେ ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।

Advertisment

ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ଏଥିସହ ଯଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ, ଦୀପଘର, ଭ୍ୟୁ ପଏଣ୍ଟ, ପ୍ରାଶାସନିକ ଭବନ ଭଳି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକର ବି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ ଖର୍ଚ୍ଚ ହୋଇଛି ୧୧୫ କୋଟି ଟଙ୍କା । ଲମ୍ବା ପାହଚ ଶ୍ରେଣୀ, ରୋପ୍ ୱେ, ନୂଆ ଚକାଚକ୍ ସଡ଼କ ସହ ପୀଠ ସହ ଯୋ଼ଡି ହେବାର ସବୁ ବ୍ୟବସ୍ଥା ବି ହୋଇଛି । କିମ୍ବଦନ୍ତୀ ସ୍ଥପତି ସ୍ୱର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନାରାୟଣ ତ୍ରିପାଠୀଙ୍କ ଯାଦୁଗରୀ ସ୍ପର୍ଶରେ ନୂଆରୂପ ପାଇଥିବା ଏ ମନ୍ଦିରର କାରୁକାର୍ଯ୍ୟ ପାଇଁ ଶିଳ୍ପୀ ଓ କାରିଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ତାରାତାରିଣୀ ପୀଠ ନୁହେଁ, ନବୀନ ସରକାରର ପଞ୍ଚମ ପାଳିର ଫୋକସ୍‌ରେ ମନ୍ଦିର ବିକାଶ ରହିଛି । ସେ ପୁରୀ ଶ୍ରୀମନ୍ଦିର ହେଉ କି ଲିଙ୍ଗରାଜ ମନ୍ଦିର, ଅବା ମା ସମଲେଶ୍ୱରୀ ହୁଅନ୍ତୁ  କି କଟକଚଣ୍ଡୀ, କଣ୍ଟିଲୋ ନୀଳମାଧବ, ଜଗତସିଂହପୁର ଶାରଳା । ସବୁର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ହେଲେ ଶାସନ କାଳର ପଞ୍ଚମ ପାଳିରେ ବିଜେଡି ସରକାରର କାହିଁକି ମନେ ପଡ଼ିଲା ମନ୍ଦିର ବିକାଶ? କୁହାଯାଉଛି ବିଜେପିକୁ ଚେକ୍ ଦେବାକୁ ସଫ୍ଟ୍  ହିନ୍ଦୁତ୍ୱ କାର୍ଡ୍ ଖେଳୁଛି ବିଜେଡି ।ଠାକୁର, ମନ୍ଦିର ସହ ଳୋକଙ୍କ ଭାବାବେଗକୁ ବାନ୍ଧି ବିକାଶ ନାଁରେ ସରକାରଙ୍କ ଭାବମୂର୍ତ୍ତକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରୁଛି ଦଳ । ଯାହାକୁ ନେଇ ତେଜିଛି ରାଜନୀତି । 

Advertisment

କିନ୍ତୁ ମନ୍ଦିର ବିକାଶ ପର୍ବ ଭିତରେ ଏବେ ବିବାଦରେ ଛନ୍ଦି ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଅନ୍ୟ ମନ୍ଦିରର ବିକାଶର ଚିତ୍ର ଦେଖାଇ ଏ ବିବାଦକୁ ପ୍ରଶମିତ କରିବାର ଉଦ୍ୟମ ହେଉନି ତ ବୋଲି ଚର୍ଚ୍ଚା ହେଉଛି ।
ରିପୋର୍ଟର- ଅକ୍ଷୟ ମହାରଣା, ଅଶୋକ ବ୍ରହ୍ମା, ହରିହର ଚାନ୍ଦ

Special Story Tara Tarini Shakti Peeth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ