Advertisment

ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି, ଦେଲେ ଏମିତି ସଙ୍କେତ...

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ରାୟପୁରରେ ଚାଲିଥିବା କଂଗ୍ରେସର ପ୍ଲାନେରି ସେସନ୍‌ରେ ସେ ଏ ସଂପର୍କରେ ସଙ୍କେତ ଦେଇଛନ୍ତି।

ଅଦ୍ୟତନ ହୋଇଛି
Sonia Gandhi May Quitting Politics

Sonia Gandhi May Quitting Politics

Advertisment

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ରାୟପୁରରେ ଚାଲିଥିବା କଂଗ୍ରେସର ପ୍ଲାନେରି ସେସନ୍‌ରେ ସେ ଏ ସଂପର୍କରେ ସଙ୍କେତ ଦେଇଛନ୍ତି। ଆଜି ସେ ନିଜ ଭାଷଣରେ ରାହୁଲ ଗାନ୍ଧିଙ୍କର ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଶଂସା କରି କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ଦଳ ପାଇଁ ଏକ ମାଇଲ ଖୁଣ୍ଟ। ଏହା ତାଙ୍କୁ ବହୁତ ଆତ୍ମସନ୍ତୋଷ ଦେଇଛି। ତେବେ ଏହି ଯାତ୍ରା ସହିତ ରାଜନୀତିରୁ ତାଙ୍କର ଅବସର ହୋଇପାରେ।

Advertisment

ସୋନିଆ ଆହୁରି କହିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରା ପ୍ରମାଣିତ କରିଛି ଯେ, ଦେଶବାସୀ ସମାନତା, ସଦ୍‌ଭାବ ଓ ସହିଷ୍ଣୁତା ଚାହାଁନ୍ତି। ଏହାଦ୍ୱାରା ପାର୍ଟି ସହିତ ଲୋକଙ୍କ ସମ୍ପର୍କ ରକ୍ଷା ହୋଇପାରିଛି। ଏହା ଦର୍ଶାଇଛି ଯେ, ଲୋକଙ୍କ ପଛରେ କଂଗ୍ରେସ ସବୁବେଳେ ଛିଡ଼ା ହୋଇଛି ଏବଂ ସେମାନଙ୍କ ପାଇଁ ଲଢ଼େଇ କରିବାକୁ ଦଳ ପ୍ରସ୍ତୁତ।  

ଯଦିଓ ରାଜନୀତିରୁ ଅବସର ନେବାର ସଙ୍କେତ ସୋନିଆ ଗାନ୍ଧି ଦେଇଛନ୍ତି, ହେଲେ ଆସନ୍ତା ୨୦୨୪ ନିର୍ବାଚନ ଲଢ଼ିବେ କି ନାହିଁ ସେସମ୍ପର୍କରେ ସେ କିଛି ସ୍ପଷ୍ଟ କରି ନାହାନ୍ତି। ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ହୁଏତ ସୋନିଆ ଗାନ୍ଧି ନିଜ ପାରମ୍ପରିକ ରାଏବରେଲି ଆସନକୁ ଝିଅ ପ୍ରିୟଙ୍କା ଗାନ୍ଧିଙ୍କୁ ଛାଡ଼ି ପାରନ୍ତି।

Advertisment

ସୂଚନଥାଉ କି, ଦଳ ଏକ ପ୍ରକାର ଦୁର୍ବଳ ଥିବା ଅବସ୍ଥାରେ ୧୯୯୮ରେ କଂଗ୍ରେସର ସଭାପତି ହୋଇଥିଲେ ସୋନିଆ ଗାନ୍ଧି । ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନ ଲଢି ୨୦୦୪ ଓ ୨୦୦୯ରେ ସରକାର ଗଠନ କରିଥିଲା। କିନ୍ତୁ ୨୦୧୪ ଓ ୨୦୧୯ରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। ବହୁ ବାଦବିବାଦ ପରେ ଗତ ଅକ୍ଟୋବରରେ ନିର୍ବାଚନ ଜରିଆରେ ଗାନ୍ଧି ପରିବାରର ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ହୋଇଥିଲେ।

Congress Sonia Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ