Slip of the tongue: Adhir on calling President Murmu 'rashtrapatni'
ବିବାଦରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ତାଙ୍କ ମନ୍ତବ୍ୟକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଝଡ । ରାଷ୍ଟ୍ରପତିଙ୍କ ଗରିମାକୁ ହ୍ରାସ କରିଥିବାରୁ କଂଗ୍ରେସ କ୍ଷମା ମାଗିବାପାଇଁ ବିଜେପି ସଦସ୍ୟମାନେ ଉଭୟ ଗୃହରେ ଦାବି କରିଥିଲେ । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପି ସାଂସଦ ମାନେ ପ୍ରତିବାଦ କରିଥିଲେ । ବିଜେପି ସାଂସଦମାନେ ସଂସଦ ବାହାରେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।
#WATCH | Some of our Lok Sabha MPs felt threatened when Sonia Gandhi came up to our senior leader Rama Devi to find out what was happening during which, one of our members approached there & she (Sonia Gandhi) said "You don't talk to me": Union Finance Minister Nirmala Sitharaman pic.twitter.com/WxFnT2LTvk
— ANI (@ANI) July 28, 2022
ତେବେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଭଳି ଶବ୍ଦ ଜାଣିଶୁଣି ପ୍ରୟୋଗ କରିନାହିଁ, ବରଂ ଭୁଲରେ ଏଭଳି କହିଛି ବୋଲି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି । କେବଳ ଏତିକି ନୁହେଁ ଅଧୀର ଏ ସମ୍ପର୍କରେ କ୍ଷମା ମାଗି ସାରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
ସେପଟେ ଅଧୀର ରଞ୍ଜନଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୃଢ ନିନ୍ଦା କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି କହିଛନ୍ତି, ‘ଅଧୀର ରଞ୍ଜନ ସବୁ ସୀମା ଟପିଯାଇଛନ୍ତି । ତାଙ୍କର ଏହି ମନ୍ତବ୍ୟରୁ ହିଁ ଜଣାପଡୁଛି ଯେ, କଂଗ୍ରେସ ଆଦିମ ଜନଜାତି ଓ ପଛୁଆ ବର୍ଗଙ୍କୁ କେତେ ସମ୍ମାନ କରେ । ତେବେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ’ ।
ସେପଟେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ ଉଠିଛି । ପ୍ରଶ୍ନକାଳ ଆରମ୍ଭରୁ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ପ୍ରବଳ ହଙ୍ଗାମା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଏହା ପରେ ଗୃହ ବାହାରେ ବିଜେପି ବିଧାୟକମାନେ ବ୍ୟାନର ଓ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି । ବିଜେପି ଅଭିଯୋଗ କରିଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଧୀରଙ୍କ ଏପରି ମନ୍ତବ୍ୟ ରାଷ୍ଟ୍ରର ଅପମାନ। ଏଥିପାଇଁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ । ଅଧିରାଜଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଉ ।
ଏନେଇ ବିଜେଡି ବିଧାୟକ ରାଜକିଶୋର ଦାସ ମଧ୍ୟ କହିଛନ୍ତି, ‘ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଏହା ନିନ୍ଦନୀୟ ।’ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ରାଜନ ଏକ୍କା ମଧ୍ୟ କହିଛନ୍ତି, ‘ଏପରି କହିବା ଭୁଲ୍ ।’ ସେପଟେ ବିକ୍ଷୋଭକାରୀମାନେ ରାମମନ୍ଦିର ଛକରେ ମଧ୍ୟ ନାରାବାଜି ସହ କୁଶ ପୁତ୍ତଳିକା ଦାହ କରୁଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658998852.jpg)