Advertisment

୨୦୨୪ ନିର୍ବାଚନ ବୈତରଣୀରେ କଂଗ୍ରେସ ମଙ୍ଗ ଧରିବ କିଏ?

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସର ମଙ୍ଗ ଧରିବ କିଏ? ରାହୁଲ ନା ଆଉ କିଏ? ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଚିନ୍ତାରେ କଂଗ୍ରେସ ଦଳ। ବର୍ତ୍ତମାନ ସମୟରେ କଂଗ୍ରେସର ମଙ୍ଗ ଧରିଥିବା ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ ରହିଛନ୍ତି। ହେଲେ ଦଳର କିଛି ନେତା ଚାହୁଁଛନ୍ତି ନିର୍ବାଚନ ପୂର୍ବରୁ ସ୍ଥାୟୀ ଅଧ୍ୟକ୍ଷ ଦଳକୁ ମିଳୁ। ତେଣୁ ଏବେଠୁ ଆରମ୍ଭ ହୋଇଗଲାଣି ସଭାପତି ପଦ ପାଇଁ କସରତ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ଯଦି ରାହୁଲ ଗାନ୍ଧୀ ସଭାପତି ନହୁଅନ୍ତି ତେବେ ତାଙ୍କ ସ୍ଥାନରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସଭାପତି ଦାୟିତ୍ୱ ଦିଆଯାଉ ବୋଲି ଅନେକ ଦାବି କରିଛନ୍ତି। ହେଲେ ଏନେଇ କୌଣସି ଫଇସଲା ହୋଇନଥିବା କୁହାଯାଉଛି। ଖାଲି ଏତିକି ନୁହେଁ ବରଂ ଖୁବଶୀଘ୍ର ସଭାପତି ପାଇଁ ନିର୍ବାଚନ ହେବ ବୋଲି ଶୁଣାଯାଉଛି।

୨୦୧୯ ସାଧାରଣ ନିର୍ବାଚନ ବେଳେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ। ହେଲେ ଦଳ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ପଦ ଛାଡ଼ିଥିଲେ ମଧ୍ୟ ଏବେ ତାଙ୍କୁ ପୁଣି ଦାୟିତ୍ୱ ନେବାକୁ ଅନେକ ନେତା କହୁଛନ୍ତି। ହେଲେ ପଦ ଛାଡ଼ିବା ପରେ ପୁଣି ଦାୟିତ୍ୱ ନେବା ମୁଡରେ ରାହୁଲ ଗାନ୍ଧି ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ନିର୍ବାଚନ ପାଖେଇ ଆସୁଥିବାରୁ କୌଣସି ରିସ୍କ ନେବା ପାଇଁ ଚାହୁଁନାହାନ୍ତି ନେତା। ଏପଟେ ୨୦୧୯ରୁ କ୍ରମାଗତ ଭାବରେ କଂଗ୍ରେସର ପ୍ରଦର୍ଶନ ତଳକୁ ତଳ ଯାଉଛି ତେଣୁ ଏପରି ସ୍ଥିତିରେ କେମିତି ଦଳର ସଭାପତି ଚୟନ ହେବ ତାହାକୁ ନେଇ ଦଳ ଭିତରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି।

Advertisment
Rahul Gandhi Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ