Advertisment

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେପି କର୍ମୀ ଅଟକ, ଜନତା କର୍ଫ୍ୟୁ ଲାଗି କଂଗ୍ରେସର ଆହ୍ୱାନ

ମମିତା ମେହେର ହତ୍ୟା ମାମଲା  ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।

ଅଦ୍ୟତନ ହୋଇଛି
CM Naveen Patnaik & Minister Dibya Shankar Mishra

CM Naveen Patnaik & Minister Dibya Shankar Mishra

Advertisment

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ମଧ୍ୟ ଜୋର ଧରିଛି। ଏସବୁ ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା ସ୍ଥିତ ଓୟୁଏଟି ପଡ଼ିଆରେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ପହଞ୍ଚି ସାଢେ ୧୧ରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତ ବେଳେ ବିଜେଡିର ସ୍ୱାଗତ ଶୋଭାଯାତ୍ରା ରହିଛି। ବସ୍‌ଷ୍ଟାଣ୍ଡରୁ OUAT ପଡ଼ିଆ ଯାଏ ସ୍ୱାଗତ ଶୋଭାଯାତ୍ରା କରାଯିବ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।

ଭବାନୀପାଟଣାରେ ଆୟୋଜିତ ଉତ୍ସବ ମଞ୍ଚରେ ମନ୍ତ୍ରୀ ଦିବ୍ୟଶଙ୍କର ବସିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମଞ୍ଚରେ ଦିବ୍ୟଶଙ୍କର ବସିବେ ବୋଲି ଜଣେ ବରିଷ୍ଠ ବିଜେଡି ନେତା ସୂଚନା ଦେଇଛନ୍ତି। ମଞ୍ଚରେ ବସିବା ସହ ଦିବ୍ୟଶଙ୍କର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିବା ମଧ୍ୟ ସୂଚନା ମିଳିଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେବା କାର୍ଯ୍ୟକ୍ରମ ରହିଛି। ତାଲିକାର ୩ ନମ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କର, ୪ ନମ୍ବରରେ ନବ ଦାସଙ୍କ ନାଁ ଥିବା ସୂଚନା ମିଳିଛି। ଦିବ୍ୟଶଙ୍କର ଓ ନବଙ୍କ ପରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମ ରହିଛି। 

Advertisment

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ସଭାକୁ ବର୍ଜନ କରିବେ ସାଂସଦ ବସନ୍ତ ପଣ୍ଡା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ମଞ୍ଚାସୀନ ହେବେନି। ମଞ୍ଚରେ ମନ୍ତ୍ରୀ ଦିବ୍ୟଶଙ୍କର ବସିବାର କାର୍ଯ୍ୟକ୍ରମକୁ ବିରୋଧ କରି ସାଂସଦ ବସନ୍ତ ପଣ୍ଡା ସଭାକୁ ବର୍ଜନ କରିଛନ୍ତି। ଦିବ୍ୟଶଙ୍କରଙ୍କ ବିରୋଧରେ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ ଯୋଗୁ ବର୍ଜନ ନେଇ ଜଣାପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି। କଳାହାଣ୍ଡିର ଝିଅ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ କରିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ କରିବା ଆଶଙ୍କାରେ ଏହା ପୂର୍ବରୁ ପୋଲିସ୍‌ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀମାନଙ୍କୁ ପୋଲିସ୍ ଅଟକ ରଖିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେପିର ଏକ ରାଲି ଭୁବନେଶ୍ୱର ରାଜମହଲ ଛକରୁ ବାହାରିବ। ଏହି ରାଲି ନବୀନ ନିବାସ ଅଭିମୁଖେ ଯାଇ କଳାପତାକା ପ୍ରଦର୍ଶନ କରିବ। ସେପଟେ ମମିତାଙ୍କୁ ନ୍ୟାୟ ଦାବିରେ ଆଜି ଜନତା କର୍ଫ୍ୟୁ ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଅପିଲ କରିଛନ୍ତି। ଦିନ ୧୧ଟାରୁ ଘଣ୍ଟାଏ ଲାଗି ଜନତା କର୍ଫ୍ୟୁ ଲାଗି କଳାହାଣ୍ଡିବାସୀଙ୍କୁ ସେ ଅପିଲ କରିଛନ୍ତି।  

BJD BJP CM Naveen Patnaik Minister Dibya Shankar Mishra Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ