Advertisment

କ’ଣ ହେବ ସେପ୍ଟେମ୍ବର ଗାଇଡ୍‌ଲାଇନ୍

ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି।

Odisha Guideline

Odisha Guideline

Advertisment

ଭୁବନେଶ୍ୱର : ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି। ସେହିପରି ଆଗକୁ ପାର୍ବଣ ଋତୁ ଥିବାରୁ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । ତେବେ ବ୍ୟବସାୟ ଓ ବେଉସା ସାଂଘାତିକ ପ୍ରଭାବିତ ହେଉଥିବାରୁ ନାଇଟ୍ କର୍ଫ୍ୟୁ କୋହଳ ପାଇଁ ଦାବି କରିଛନ୍ତି ରାଜ୍ୟ ବ୍ୟବସାୟ ମହାସଂଘ ଓ ଯାତ୍ରା ପାର୍ଟି ମାଲିକ।

Advertisment

ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ବେଳେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଛୋଟପିଲା। ତା’ସାଙ୍ଗକୁ ଆଗକୁ ଆସୁଛି ପାର୍ବଣ। ତେଣୁ କ’ଣ ହେବ ସେପ୍ଟେମ୍ବରର ଗାଇଡ୍‌ଲାଇନ୍? ଅଗଷ୍ଟରେ ଥିବା କଟକଣାକୁ ଆଉ ଟିକେ କୋହଳ କରାଯିବ ନା ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ, ତାକୁ ନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଲାଗି ରହିଛି। ତେବେ ତୃତୀୟ ଲହର ଆଶଙ୍କା ଥିବାରୁ ସଂପୂର୍ଣ୍ଣ ଅନ୍‌ଲକ୍ ପରିବର୍ତ୍ତେ କଟକଣାକୁ ଆଉ ଟିକେ କୋହଳ କରାଯିବା ସମ୍ଭାବନା ରହିଛି।.

Advertisment

କଟକ-ଭୁବନେଶ୍ୱର ଟୁଇନ୍‌ ସିଟି ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟ୍‌ଡାଉନକୁ ପ୍ରତ୍ୟାହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତ୍ତି ପରିବର୍ତ୍ତିନ କରି ଏହାକୁ ରାତି ୯ କିମ୍ବା ୧୦ ବଢାଯାଇପାରେ। ତେବେ ଧାର୍ମିକ, ରାଜନୈତିକ, ଓ ସାମାଜିକ ସମାବେଶ ଉପରେ ପୂର୍ବଭଳି କଟକଣା ରହିବ ବୋଲି ଅନୁମାନ କରାଯାଉଛି। ଏହା ସହ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମହୋତ୍ସବ ଆୟୋଜନ ହୋଇପାରିବ ନାହିଁ। ତେବେ ବିବାହରେ ୨୫ , ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୦ ଲୋକ ନିୟମରେ ପରିବର୍ତ୍ତନ ହୋଇପାରେ। ଅନ୍ୟପକ୍ଷରେ ପ୍ରଥମରୁ ନବମ ଯାଏଁ ସ୍କୁଲ ଖୋଲିବା ନେଇ ସରକାର କି ନିଷ୍ପତ୍ତି ନେବେ ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେମ୍ବର ଗାଇଡ୍‌ଲାଇନ୍‌ କାଉଣ୍ଟ୍‌ଡାଉନ୍‌ ଭିତରେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ସଟ୍‌ଡାଉନ ଉଠାଇବା ସହ ନାଇଟ୍ କର୍ଫୁ କୋହଳ କରିବାକୁ ଦାବି କରିଛି ଓଡିଶା ବ୍ୟବସାୟୀ ମହାସଂଘ । ମାର୍କେଟର ଯେଉଁ ସ୍ଥାନରେ ଗହଳି ହେଉଛି ସେସବୁ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିବାକୁ ସଂଘ ଦାବି କରିଛି । ସେହିପରି ନାଇଟ୍‌ କର୍ଫୁ ଉଠାଇବାକୁ ବି ଯାତ୍ରା ପାର୍ଟି ମାଲିକମାନେ ଦାବି କରିଛନ୍ତି।

Advertisment

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ୧ରୁ ୨ ପ୍ରତିଶତ ଭିତରେ ରହୁଛି। ହସ୍‌ପିଟାଲ୍‌ରେ ବି ରୋଗୀଙ୍କ ସଂଖ୍ୟ କମିଛି । ତେବେ ତୃତୀୟ ଲହର ଆଶଙ୍କା ଲାଗି ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

Odisha News Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ