Derek O'Brien of TMC suspended
ଟିଏମସି ସାଂସଦ ଡେରେକ ଓ’ବ୍ରାଇନ ରାଜ୍ୟ ସଭାରୁ ନିଲମ୍ବିତ । ଗତକାଲି ଦିଲ୍ଲୀ ସେବା ବିଲ ସମୟରେ ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କ ଉପରେ ସଂସଦର ମୌସୁମୀ ଅଧିବେଶନ ସରିବା ଯାଏଁ ତାଙ୍କୁ ନିଲମ୍ବନ କରିଛନ୍ତି ।
ବିଶୃଙ୍ଖଳିତ ଆଚରଣ ଏବଂ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ। ଏଥିସହିତ ଡେରେକ ଓ’ବ୍ରାଇନ ନିଜର ପ୍ରଚାର ବା ପବ୍ଲିସିଟି ପାଇଁ ନାଟକବାଜି କରୁଥିବା ମଧ୍ୟ ଉଚ୍ଚ ସଦନର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।
ଗତକାଲି ଦିଲ୍ଲୀ ସେବା ବିଲ ବିତର୍କ ଚାଲିଥିବାବେଳେ, ବିତର୍କ ମଝିରେ ଡେରେକ ଓ’ବ୍ରାଇନ ‘ପଏଣ୍ଟ ଅଫ ଅର୍ଡର’ ଉଠାଇ କହିବାକୁ ଚାହିଁଥିଲେ। ତେବେ କେଉଁ ରୁଲ ଆଧାରରେ ତାଙ୍କୁ ଏହି ଅନୁମତି ଦିଆଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ପ୍ରଶ୍ନ କରିଥିଲେ । ହେଲେ ଡେରେକ ଓ’ବ୍ରାଇନ କିନ୍ତୁ ରୁଲ୍ ନଦର୍ଶାଇ କହିବାକୁ ଲାଗିଥିଲେ। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଟିଏମସି ସାଂସଦଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691485021.jpg)