Advertisment

କିଏ ଯିବେ ରାଜ୍ୟସଭା, ରେସ୍‌ରେ ପାଣ୍ତିଆନ୍‌ !

ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।

Rajya Sabha Election

Rajya Sabha Election

Advertisment

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଓଡିଶାରେ ଖାଲି ହେଉଥିବା ୩ ଆସନ ପାଇଁ ହେବ ନିର୍ବାଚନ। ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରୁଛି। ତେଣେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କାର୍ଯ୍ୟକାଳ ସରୁଥିବା ସାଂସଦମାନଙ୍କ ଭିତରୁ କେହି ରିପିଟ୍ ହେବାର ସମ୍ଭାବନା କମ୍ ଥିବାରୁ ବିଜେଡି ସୁପ୍ରିମୋ କେଉଁ ନୂଆ ଚେହେରାକୁ ପଠାଇବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Advertisment

ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ଆସନ୍ତା ଫେବୃଆରୀ ୨୭ରେ ହେବ ନିର୍ବାଚନ। ୮ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଫେବୃଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି।

ସେହିପରି ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ୨୦ ତାରିଖ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ। ରାଜ୍ୟସଭା ଅଙ୍କ କହୁଛି ଓଡ଼ିଶାର ଏହି ୩ ଆସନ ପାଇଁ ଆବଶ୍ୟକ ହେଉଛି ୧୧୧ ବିଧାୟକଙ୍କ ଭୋଟ୍। ଯଦିଓ ୪ ବିଧାୟକଙ୍କୁ ଦଳରୁ ନିଲମ୍ବନ ଓ ବହିଷ୍କାର ଯୋଗୁଁ ଏବେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ଏବେ ୧୦୮, ହେଲେ ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପସନ୍ଦ ଭୋଟ୍‌ରେ ମଧ୍ୟ ଦଳର ୩ ପ୍ରାର୍ଥୀ ବିଜୟ ହେବା ଏକ ପ୍ରକାର ସୁନିଶ୍ଚିତ। କାହିଁକି ବିରୋଧୀଙ୍କ ସଂଖ୍ୟା ମିଶିଲେ ମଧ୍ୟ ଆବଶ୍ୟକ ଭୋଟ୍ ପୂରଣ ହେଉନାହିଁ।

Advertisment

ଏପଟେ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ଜୋର ଧରିଛି ରାଜନୈତିକ ଚର୍ଚ୍ଚା। ଏହି ୩ ଆସନରେ ଓଡିଶାରୁ କିଏ ଯିବେ ରାଜ୍ୟସଭା। ବିଜେଡି  ପାଖରେ ଆବଶ୍ୟକ ଭୋଟ୍ ଥିବାରୁ ଦଳ କାହାକୁ ପଠେଇବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଚର୍ଚ୍ଚା ହେଉଛି ଦଳ ଭିତରେ ଲବି ବି ଜୋର୍। କୁହାଯାଉଛି ସାଂସଦ ଅମର ପଟନାୟକ ଏବଂ ପ୍ରଶାନ୍ତ ନନ୍ଦଙ୍କୁ ରିପିଟ କରି ନପାରେ ଦଳ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ, ହେଲେ ଏବେ ସେ ସଂପର୍କ ଆଉ ଭଲ ନାହିଁ। ତେଣୁ ୩ ଆସନରେ ସଂପୂର୍ଣ୍ଣ ନୂଆ ଚେହେରା ଆସିପାରେ। ଚର୍ଚ୍ଚାରେ ଆଗରେ ଅଛନ୍ତି 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। କାହିଁକି ନା ରାଜନୀତିରେ ଯୋଗ ଦେଇଥିଲେ ମଧ୍ୟ ନିର୍ବାଚନ ଲଢିବେନି ବୋଲି ନିଜେ ଘୋଷଣା କରିଥିଲେ ପାଣ୍ଡିଆନ। ତେଣୁ ତାଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି।

Advertisment

ଅନ୍ୟ ପଟେ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ରାଜ୍ୟସଭା ଯାଇ ପାରନ୍ତି ବୋଲି ଦଳୀୟ ମହଲରୁ ଖବର ଆସୁଛି। ଚର୍ଚ୍ଚା ହେଉଛି ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି ପିନାକୀ। ଅନ୍ୟପଟେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଅଳକା ମିଶ୍ରଙ୍କ ସ୍ୱାମୀ ସନ୍ତୃପ୍ତ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ଆଦିତ୍ୟ ବିର୍ଲାରୁ ସେଚ୍ଛାକୃତ ଅବସର ନେଇଛନ୍ତି ସନ୍ତୃପ୍ତ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟ ଆସନ୍ତା ଏପ୍ରିଲ୍ ୨ ତାରିଖରେ ସରୁଛି। ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Election Commission Rajya Sabha Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ