Advertisment

Utkarsh Odisha 2025: ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଅଦ୍ୟତନ ହୋଇଛି
Utkarsh Odisha

Utkarsh Odisha

Advertisment

ରାଜ୍ୟରେ ବିଜେପି ସରକାର ନେତୃତ୍ୱରେ ପ୍ରଥମଥର ପାଇଁ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଜନତା ମଇଦାନରେ ପହଞ୍ଚି ଏହି କନକ୍ଲେଭକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ଏଥିସହ ଉତ୍କର୍ଷ ଓଡ଼ିଶା ଗ୍ୟାଲେରି ବୁଲି ଦେଖିଛନ୍ତି । ସେହି ସମୟରେ ମୋଦି ମୋଦିରେ କମ୍ପି ଥିଲା ‘ଉତ୍କଷ ଓଡ଼ିଶା’ମଞ୍ଚ।  

Advertisment

ଏହି କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ଅଛନ୍ତି।  କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା, ଟିଭି ନରେନ୍ଦ୍ରନ ଓ ସଜ୍ଜନ ଜିନ୍ଦଲ ଉପସ୍ଥିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭରେ ୧୦୦ରୁ ଅଧିକ ନିବେଶକଙ୍କ ସହ ଏମଓୟୁ ସ୍ୱାକ୍ଷର ଓ ପ୍ରାୟ ୫ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶାବାଦୀ ଅଛନ୍ତି। ଯାହା ଆମ ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ନୂଆ ଯୁଗ ହେବ ତଥା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମାଧ୍ୟମରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ସମ୍ଭବପର ହୋଇପାରିବ। 

Advertisment

ଏହି କନକ୍ଲେଭରେ  ସ୍ୱତନ୍ତ୍ର ଥିମ୍ ଏରିଆରେ ପ୍ରଦର୍ଶିତ ହେବ ରାଜ୍ୟରେ ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୁଭଦ୍ରା, ଷ୍ଟାର୍ଟ ଅପ୍, ଦକ୍ଷତା ବିକାଶ ଓ ବୟନ ଶିଳ୍ପ ପାଇଁ ରହିଥିବା ସୁବିଧା ସୁଯୋଗ।

 ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। 

Advertisment
PM Modi BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ