୨୦ରେ ଆସିବେ ରାଷ୍ଟ୍ରପତି ! ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ନଭେମ୍ବର ୨୦ରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ସୂଚନା ମିଳିଛି ।

Droupadi Murmu

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ଏନେଇ ସଂକେତ ମିଳିଛି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା କହିଲେ ବିଶ୍ୱେଶ୍ୱର । ତେବେ ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ କୌଣସି ସୂଚନା ମିଳିନି ।

ଗତ ଜୁଲାଇ ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ହଜାରେ ବର୍ଷର ସହର କଟକରେ ମା’ କଟକଚଣ୍ତୀଙ୍କୁ ଦର୍ଶନ କରିବା ସହ ଶୈଳବାଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ । ଏହାଛଡ଼ା କଟକ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ ।