Advertisment

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ, ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ କରି କରୁଥିଲେ ଦୁଷ୍କର୍ମ !

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍‌ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

ଅଦ୍ୟତନ ହୋଇଛି
Crime Politics

Crime Politics

Advertisment

ବିବାଦ ଘେରରେ ଦିନକୁ ଦିନ ଅଧିକ ଛନ୍ଦି ହେଉଛନ୍ତି ପ୍ରଜ୍ଜ୍ୱଳ ରେଭାନ୍ନା । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଶ୍ଳିଳ ଭିଡିଓ କ୍ଲିପ୍‌ ଭାଇରାଲ ଓ ଅନେକ ମହିଳାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଦୁର୍ଷ୍କମ ମାମଲା ରୁଜୁ ହୋଇଛି । ଏବେ ଏହାକୁ ନେଇ ଆକ୍ସନ ମୁଡ୍‌ରେ ଅଛନ୍ତି କର୍ଣ୍ଣାଟକ ସରକାର। ପ୍ରଜ୍ଜ୍ୱଳଙ୍କ ପରେ ଏବେ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହୋଇଛି । ପ୍ରଜ୍ଜ୍ୱଳଙ୍କ ବାପାଙ୍କ ବିରୋଧରେ ମଧ୍ୟ ଅପହରଣ ସମେତ ସମାନ ଅଭିଯୋଗ ରହିଛି । 

Advertisment

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍‌ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

ଏଚଡି ରେଭାନ୍ନା ତାଙ୍କ ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ ପରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ରାଜୁ ଏଚଡି ଏନେଇ କେଆର ନଗର ଥାନାରେ ଅଭିଯୋଗ କରିଥିଲେ ।

Advertisment

ଅଭିଯୋଗ ଅନୁସାରେ, ରାଜୁ ଓ ତାଙ୍କ ମାଆ ରାଭାନ୍ନାଙ୍କ ହୋଲେନାରାସିପୁରା ବାସଭବନ ଏବଂ ଫାର୍ମହାଉସରେ ଗୃହ ସହାୟକ ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ। କିନ୍ତୁ ୩ ବର୍ଷ ପୂର୍ବରୁ ଚାକିରି ଛାଡି ସାରିଲେଣି। ଗତ ମାସ ୨୯ରେ ରାଜୁଙ୍କ ମାଆ ନିଖୋଜ ହୋଇ ଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ତାଙ୍କ ମାଆ ପୀଡିତା ଥିବା ସେ ଦର୍ଶାଇଛନ୍ତି। ଏଚଡି ରେଭନ୍ନା ତାଙ୍କ ମାଆଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। 

ପ୍ରକାଶ ଥାଉକି, ରେଭାନ୍ନା ବାପ-ପୁଅଙ୍କ ବିରୁଦ୍ଧରେ ଏହିପରି ଗୋଟିଏ ପରେ ଗୋଟିଏ ଅଭିଯୋଗ ହେଉଛି। ନିକଟରେ ପ୍ରଜ୍ଜ୍ୱଳଙ୍କ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସତ ସାମ୍ନାକୁ ଆସୁଛି। ପୂର୍ବରୁ ମଧ୍ୟ ଜଣେ ଗୃହ ସହାୟିକା ବାପ-ପୁଅଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ।

Advertisment

ଏସବୁ ଅଭିଯୋଗ ପରେ ପ୍ରଜ୍ଜ୍ୱଳ ଦେଶ ଛାଡି ବିଦେଶ ପଳାୟନ କରିଛନ୍ତି। ସେ ଏବେ ଜର୍ମାନୀରେ ଥିବା କୁହାଯାଉଛି। ଏସଆଇଟି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ମଧ୍ୟ ସେ ଏଯାଏ ହାଜର ହୋଇନଥାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ