Advertisment

‘ଲକ୍ଷ୍ମୀ’ ବସ୍ ନାଁରେ ରାଜ୍ୟ ସରକାରଙ୍କ ଭେଳିକି ! କେଉଁଠି ବସଷ୍ଟାଣ୍ଡ ଅଛି ତ ‘ଲକ୍ଷ୍ମୀ’ ବସ୍ ନାହିଁ..

ଗରିବ ଓ ଗାଁ ଲୋକଙ୍କ ଲାଇଫଲାଇନ୍ ଲକ୍ଷ୍ମୀ ! ଗାଁ ଗାଁରେ ବିକାଶର ଶଙ୍ଖନାଦ। ରାଜ୍ୟ ସରକାରଙ୍କ ମୁହଁରେ ଏମିତି ଭଳିକି ଭଳି ସ୍ଲୋଗାନ୍। ଏମିତି ସ୍ଲୋଗାନ ଦେଇ ରାଜ୍ୟବ୍ୟାପି ଲକ୍ଷ୍ମୀ ବସ୍ ସେବାର କଥା କହୁଛନ୍ତି ରାଜ୍ୟ ସରକାର, ହେଲେ କାହିଁକି ଏବଂ କାହା ସ୍ୱାର୍ଥରେ ?

undefined

LaccMI Bus

Advertisment

ସୁଲଭ ଓ ନିର୍ଭର ଯୋଗ୍ୟ ବସ୍ ସେବା ପାଇଁ ଘରେ ଘରେ ଲକ୍ଷ୍ମୀ କହି ରାଜ୍ୟ ସରକାର ଆତ୍ମପ୍ରଚାର କରୁଛନ୍ତି ସିନା, ଗ୍ରାଉଣ୍ଡ ଜିରୋରେ ସ୍ଥିତି କିନ୍ତୁ ବଦଳିପାରୁନି! ଗମନାଗମନ ପାଇଁ ସୁବନ୍ଦୋବସ୍ତ ନଥିବାରୁ ବିପଦ ସାଜୁଛି ଓଭରଲୋଡିଂ ! ଗାଡ଼ିରେ କ୍ଷମତାଠୁ ଅଧିକ ଯାତ୍ରୀ ଓହଳି ଯାତ୍ରା କରୁଛନ୍ତି, ଦୁର୍ଘଟଣା ଘଟି ପ୍ରାଣ ହରାଉଛନ୍ତି। ଧର୍ମଗଡ଼ ଅଞ୍ଚଳରେ ଗତକାଲି ଯେଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା, ଲକ୍ଷ୍ମୀ ଯୋଜନାର ପୋଲ୍ ଖୋଲିଦେଲା! ରାଜ୍ୟବ୍ୟାପି ଯାତାୟାତ ପାଇଁ ଯାତନା ଭୋଗୁଛନ୍ତି ଲୋକେ!

Advertisment

ଗରିବ ଓ ଗାଁ ଲୋକଙ୍କ ଲାଇଫଲାଇନ୍ ଲକ୍ଷ୍ମୀ ! ଗାଁ ଗାଁରେ ବିକାଶର ଶଙ୍ଖନାଦ। ରାଜ୍ୟ ସରକାରଙ୍କ ମୁହଁରେ ଏମିତି ଭଳିକି ଭଳି ସ୍ଲୋଗାନ୍। ଏମିତି ସ୍ଲୋଗାନ ଦେଇ ରାଜ୍ୟବ୍ୟାପି ଲକ୍ଷ୍ମୀ ବସ୍ ସେବାର କଥା କହୁଛନ୍ତି ରାଜ୍ୟ ସରକାର, ହେଲେ କାହିଁକି ଏବଂ କାହା ସ୍ୱାର୍ଥରେ ?

ଦୁର୍ଘଟଣା ପରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଛନ୍ତି କଳାହାଣ୍ଡି ଧର୍ମଗଡ଼ ଅଞ୍ଚଳର ନିରୀହ ଶ୍ରମିକମାନେ। ଏମାନଙ୍କ ଭୁଲ୍ ଗୋଟିଏ ଭ୍ୟାନରେ ୪୬ ଜଣ ବସି ଘରକୁ ଫେରୁଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣଙ୍କର ଜୀବନ ଚାଲିଗଲା। ହେଲେ ବିଚରା ଶ୍ରମିକମାନେ ବା କ’ଣ କରିପାରିଥାନ୍ତେ ? ଯଦି ସୁଲଭ ଓ ନିର୍ଭରଯୋଗ୍ୟ ଗମନାଗମନ ବ୍ୟବସ୍ଥା ମିଳୁଥାନ୍ତା, ତେବେ ଏଭଳି ପରିଣାମ ଭୋଗିବାକୁ ପଡ଼ିଥାନ୍ତା କି? ଏଠି କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ?

Advertisment

ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ। ଗାଁରୁ ସହରକୁ ଯୋଡ଼ିବା ନାଁରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ! କିନ୍ତୁ ପ୍ରଚାର ପ୍ରବଳ, ବ୍ୟବସ୍ଥା ଦୁର୍ବଳ ! ଏଇ ଯେମିତି କୋରାପୁଟ ଜିଲ୍ଲା ଦୁର୍ଗମ ଇଲାକା ନାରାୟଣପାଟଣା ଅଞ୍ଚଳ। ଅଟୋ ଭିତରେ ଯେତିକି ଯାତ୍ରୀ ବସିଛନ୍ତି, ସେତିକି ଉପରେ ବସିଛନ୍ତି। ତାହାରି ଭିତରେ ପୁଣି ସାଇକେଲ୍ ସହ ଲଗେଜ୍ ଭର୍ତ୍ତି ହୋଇଛି। କାରଣ ଏହି ଅଞ୍ଚଳରେ ଚାଲୁନି ଲକ୍ଷ୍ମୀ ବସ୍।

ସମାନ ଦୃଶ୍ୟ, ଗଜପତି ମୋହନା ଅଞ୍ଚଳରେ। ବସ୍ ସେବା ଅଭାବରୁ ୪ ଖଣ୍ଡ ପଞ୍ଚାୟତବାସୀ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି, ତାକୁ ଯିଏ ଦେଖିଛି ସିଏ ଜାଣିଛି। ଗୋଟିଏ/ଦୁଇଟି ଘରୋଇ ବସକୁ ଛାଡ଼ିଦେଲେ ଯାତାୟାତ ପାଇଁ ସେଭଳି କୌଣସି ନିର୍ଭରଯୋଗ୍ୟ ବ୍ୟବସ୍ଥା ହିଁ ନାହିଁ। ପରିଣାମ ସ୍ୱରୂପ, କିଏ ଅଟୋରେ ତ ଆଉ କିଏ ଘରୋଇ ବସରେ ଓଭରଲୋଡ୍ ହୋଇ ଏଭଳି ବିପଦଜ୍ଜନକ ଯାତ୍ରା କରୁଛନ୍ତି।

Advertisment

ଆନ୍ଧ୍ରର ଲୋଲୁପ ଦୃଷ୍ଟିର ଶିକାର ହୋଇଥିବା କୋରାପୁଟ କୋଟିଆ ବାସିନ୍ଦା ତ ଲକ୍ଷ୍ମୀ ବସକୁ ଅପେକ୍ଷା କରି କରି ଥକିଗଲେଣି। ରାଜ୍ୟ ସରକାର ଚକାଚକ ବସଷ୍ଟାଣ୍ଡ ଖଣ୍ଡେ କରିଦେଲେ ସତ, କିନ୍ତୁ ଯୋଜନା ଆରମ୍ଭ ହେବା ଦିନଠୁ ଆଜିଯାଏଁ ଦିନଟିଏ ବି ଏ ପାଖକୁ ଆସିନି ଲକ୍ଷ୍ମୀ ବସ୍। ଯାହାକୁ ନେଇ ୩ ଦଳ ମଧ୍ୟରେ ଜୋର ଧରିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

୫ ଜିଲ୍ଲା ମୟୁରଭଞ୍ଜ, ବଲାଙ୍ଗିର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଆଜି ପୁଣି ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଛନ୍ତି। ଅଞ୍ଚଳବାସୀ ଏହାର କେତେ ଲାଭ ପାଉଛନ୍ତି, ତାକୁ ଅପେକ୍ଷା!

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ