Advertisment

Fake Monk: ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଶର ମାରିଲେ ଶ୍ରୀମୟୀ, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ କଟାକ୍ଷ

ବିଜେଡି ସୁପ୍ରିମୋ ନବୀନଙ୍କୁ ନିଶାନାର ସପ୍ତାହେ ପରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ। ପରୋକ୍ଷରେ ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ରଖି ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ ବୋଲି ବି କଟାକ୍ଷ କରିଛନ୍ତି ଏହି ବିଜେଡି ନେତ୍ରୀ। ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସୀ ମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ"। ଏହା ବି ଲେଖିଛନ୍ତି କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ତାଙ୍କୁ ପଚାର, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ । ....

Shreemayee

Shreemayee

Advertisment

ବିଜେଡି ବନାମ ଶ୍ରୀମୟୀ। ଶ୍ରୀମୟୀ ମିଶ୍ରଙ୍କ ଗୋଟିଏ ପରେ ଗୋଟିଏ ବାଣରେ ବିଜେଡିରେ କମ୍ପନ। ନବୀନ ପଟ୍ଟନାୟକଙ୍କ ପରେ ସିଧା ସିଧା ଭିକେ ପାଣ୍ଡିଆନଙ୍କୁ ନିଶାନା। ନବୀନଙ୍କୁ ଧୃତରାଷ୍ଟ୍ର ପରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷ ଟାର୍ଗେଟ।ଗଣମାଧ୍ୟମକୁ ଆସୁ ନଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ପେଜରେ ଶ୍ରୀମୟୀ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ବାଣ।

Advertisment

ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ଦେଇ ସନ୍ୟାସରୁ ସନ୍ୟାସୀ କହି ପାଣ୍ଡିଆନଙ୍କୁ ପରୋକ୍ଷ ନିଶାନା କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଲେଖିଛନ୍ତି, ସଂସାରର ସମସ୍ତ ସୁଖ ସମ୍ଭୋଗଠୁଁ ଦୂରରେ ରହିବା ଏବଂ ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତିଙ୍କୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ୟାସୀ ରୂପ ଦିଏ। ଯେଉଁମାନେ ସନ୍ୟାସୀ କହି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି ପର ମୁହୂର୍ତ୍ତରେ ଭଣ୍ଡ ସନ୍ୟାସୀର ଆଖ୍ୟାରେ ଶିରୋନାମା ମଣ୍ଡନ କରୁଛନ୍ତି।

ସନ୍ନ୍ୟାସୀମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ" । ଏବେ ମଧ୍ୟ କିଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ତେବେ ଏଭଳି ପୋଷ୍ଟକୁ ନେଇ ଶ୍ରୀମୟୀ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ସେ ନିଜେ ଜାଣିଥିବେ। 

Advertisment

ସପ୍ତାହେ ପୂର୍ବରୁ ସିଧା ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଥିଲେ ଶ୍ରୀମୟୀ। ସୋସିଆଲ୍ ମିଡିଆରେ କହିଥିଲେ, ହସ୍ତିନାପୁର ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରୁଥିବା ସଭାରେ ଦ୍ରୌପଦୀଙ୍କ ଅପମାନ ହେଉଥିବା ଜାଣି ମଧ୍ୟ ଅନ୍ୟାୟ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ର ନିଜ ପୁଅ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନୀରବ ରହିବାକୁ ବାଧ୍ୟ କରିଥିଲା। ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ। ଆଉ ଆଜି ପୁଣି ପାଣ୍ଡିଆନଙ୍କୁ ନିଶାନା ସ୍ପଷ୍ଟ ବାରି ହୋଇଯାଉଛି ବିଜେଡି ବିରୋଧରେ ଶ୍ରୀମୟୀଙ୍କ ଅସନ୍ତୋଷ।

ଯଦିଓ ନିକଟରେ ତାଙ୍କୁ ଦଳର ମହିଳା ଟିମରେ ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ମିଳିଛି, କିନ୍ତୁ ତାହା ଲୋକସଭା ଟିକେଟ କଟିବା ଘାକୁ ଭରିବାରେ ବୋଧହୁଏ ସକ୍ଷମ ହୋଇନି। କିନ୍ତୁ କାହିଁକି ବିଜେଡିକୁ ଏମିତି ବାରମ୍ବାର ରକ୍ତାକ୍ତ କରୁଛନ୍ତି ଶ୍ରୀମୟୀ ? ଶ୍ରୀମୟୀଙ୍କୁ ଡାକି କାହିଁକି ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରୁନି ବିଜେଡି ?
ନିର୍ବାଚନ ପରାଜୟଠାରୁ ପୁଣି ଥରେ ପାଣ୍ଡିଆନଙ୍କ ଅଧୀନରେ ଦଳ ଚାଲିବା କାରଣକୁ ନେଇ ବିଜେଡି ଭିତରେ ଅଧିକ ଅସନ୍ତୋଷ ବଢୁଛି। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ମହିଳା ଛାତ୍ର ଯିଏ ବି ବିରୋଧ କରୁଛନ୍ତି ତା ପଛରେ ପାଣ୍ଡିଆନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।...

Advertisment

ଅଧିକ ପଢ଼ନ୍ତୁ: ବାଲିହରଚଣ୍ଡୀରେ ଗୋପାଳପୁର ଲଜ୍ଜାର ରିପିଟ୍, ଗଣଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ
 

Naveen Patnaik BJD Biju Janata Dal VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ