Advertisment

ନିର୍ବାଚନୀ ବିଗୁଲ ବାଜୁ ବାଜୁ ପ୍ରଚାର ଜୋରଦାର୍; ମେଗା ରାଲି କରିବେ ମୋଦି, ଶକ୍ତି ପ୍ରଦର୍ଶନ କଲା ଇଣ୍ଡି ମେଣ୍ଟ

ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।

ଅଦ୍ୟତନ ହୋଇଛି
Election Rally

Election Rally

Advertisment

ନିର୍ବାଚନୀ ବିଗୁଲ ବାଜୁ ବାଜୁ ପ୍ରଚାର ଅଭିଯାନ ଜୋରଦାର କରିଛି ବିଜେପି। ମିଶନ ସାଉଥରେ ଆଜି ତେଲେଙ୍ଗାନ, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳର ସବୁଠୁ ବଡ ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତିନି ରାଜ୍ୟ ଗସ୍ତକରି ସଭାରେ ଜନ ସମ୍ଭୋଧନ କରିବେ।

Advertisment

ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି। ସାଧାରଣ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ବିକଶିତ ଭାରତ ଏବଂ ବିକଶିତ ଆନ୍ଧ୍ର ପାଇଁ ଏଥର NDAକୁ ୪ଶହ ପାର୍ କରାଇବାକୁ ପଡିବ। NDA ଏମପି ଏବଂ ଏମଏଲଏ ମିଳିତ ଭାବେ କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଁଚାଇବେ, ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ମୁମ୍ବାଇରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ। ମୁମ୍ବାଇ ଶିବାଜୀ ପାର୍କରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମାପନ ଅବସରରେ ଆୟୋଜିତ ମେଗା ରାଲିରେ ସାମିଲ ହୋଇଛନ୍ତି ଦଳର ତୁଙ୍ଗ ନେତା। ନିର୍ବାଚନ ତାରିଖ ଘୋଷଣା ପରେ ଏକାଠି ହୋଇଛନ୍ତି କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ସହଯୋଗୀ ଦଳ ପିଡିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ଆରଜେଡି, ନ୍ୟାସନାଲ କନଫରେନ୍ସ, ଆମ ଆଦମୀ ପାର୍ଟି ଏବଂ ଡିଏମକେ।

Advertisment

ଏଥର ନିର୍ବାଚନରେ ଇଣ୍ଡି ମେଣ୍ଟର ବିଜୟ ସୁନିଶ୍ଚିତ ବୋଲି କହିଛି କଂଗ୍ରେସ। ତେବେ ଏହି ବୈଠକରେ ସାମିଲ ହୋଇନି ସମାଜବାଦୀ ପାର୍ଟି। ନିର୍ବାଚନ କମିଶନ ଦ୍ବାରା ୟୁପିରେ ମାର୍ଚ୍ଚ ୨୦ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସେ ରାଲିରେ ଯୋଗ ଦେଇପାରୁ ନାହାଁନ୍ତି ବୋଲି ଅଖିଳେଶ ଯାଦବ ସ୍ପଷ୍ଟୀକରଣ ରଖିଛନ୍ତି।

Narendra Modi BJP Congress Rahul Gandhi Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ