Advertisment

ମୋଦିଙ୍କ ଟାର୍ଗେଟରେ ଦିଦି; କହିଲେ, ଭୋଟରଙ୍କୁ ଧମକ ଦିଆଯାଉଛି..

ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
PM Modi on TMC

PM Modi on TMC

Advertisment

ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପଞ୍ଚାୟତ ନିର୍ବାଚନରେ ଯେମିତି ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନପାରିବେ, ସେଥିପାଇଁ ସବୁ କିଛି କରିଥିଲା ଟିଏମ୍‌ସି । ଆମ କର୍ମୀ ଓ ପ୍ରାର୍ଥୀଙ୍କୁ ଧମକାଇବା ସହିତ ଭୋଟରଙ୍କୁ ମଧ୍ୟ ଧମକ ଚମକ ଦେଇଥିଲା ଟିଏମସି । ଏମିତିକି ବୁଥ୍ କ୍ୟାପଚରିଂ କରିବାକୁ କଣ୍ଟ୍ରାକ୍ଟ ଦିଆଯାଇଥିଲା ।

Advertisment

ପଶ୍ଚିମବଙ୍ଗରେ ଏମିତି ରାଜନୀତି ଚାଲିଛି ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୋଦି । ହାଓଡ଼ାର କ୍ଷେତ୍ରୀୟ ପଞ୍ଚାୟତିରାଜ ପରିଷଦକୁ ଭିଡିଓ କନଫରେନସିଂରେ ସମ୍ବୋଧନ କରିବା ବେଳେ ଏପରି ଭର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଗତ ୯ ବର୍ଷରେ ଦେଶରେ ହୋଇଥିବାର ବିକାଶ କାମର ତାଲିକା ରଖିଥିଲେ ମୋଦି । କିଛି ଦିନ ତଳେ ବ୍ୟାପକ ହିଂସା ଭିତରେ ପଶ୍ଚିମବଙ୍ଗରେ ହୋଇଥିଲା ପଞ୍ଚାୟତ ନିର୍ବାଚନ ।

ଭିଡିଓ କନଫରେନ୍ସିଂରେ ପଶ୍ଚିମବଙ୍ଗର କ୍ଷେତ୍ରୀୟ ପଞ୍ଚାୟତି ରାଜ ପରିଷଦକୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, “ଟିଏମସି ଖୁନୀ ଖେଲ୍‌ ଖେଲା ହୈ।” ଏହାର ଅର୍ଥ ଟିଏମସି ରକ୍ତର ଖେଳ ଖେଳିଛି ବୋଲି ମୋଦି କହିଛନ୍ତି।

Advertisment

ପଶ୍ଚିମବଂଗରେ ଆୟୋଜିତ ବିଜେପିର କ୍ଷେତ୍ରୀୟ ପଞ୍ଚାୟତିରାଜ ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ଯୋଗେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆସନ୍ତାକାଲିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ହର ଘର ତ୍ରିରଙ୍ଗା ଅଭିଯାନକୁ ଜୋରସୋରରେ ଚଳାଇବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସମସ୍ତଙ୍କ ଘରେ ଜାତୀୟ ପତାକା ଲହରାଇବାକୁ ଆହ୍ୱାନ କରିଛନ୍ତି ପିଏମ ମୋଦି । 

PM Modi TMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ