ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ କି କି ସୁବିଧା ?

ରାଷ୍ଟ୍ରପତିଙ୍କ ପାଇଁ ମୁତୟନ ଥାଆନ୍ତି ସ୍ୱତନ୍ତ୍ର ଗାର୍ଡ, ଯାହାଙ୍କୁ ପ୍ରେସଡେନ୍ସିଆଲ ଗାର୍ଡ କୁହାଯାଏ ।

କେଉଁ ଅଧିକାର ମିଳିବ ?

ରାଇରଙ୍ଗପୁରରୁ ରାଇସିନା ହିଲ୍ସ । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଦେଶର ସର୍ବୋଚ୍ଚ ପଦବୀ । ସେ ଏବେ ଠାରୁ ଦିଲ୍ଲୀର ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ଅବସ୍ଥାନ କରିବେ । ୩୨୦ ଏକର ବିଶିଷ୍ଟ ଜମିରେ ତିଆରି ହୋଇଥିବା ଭବନରେ ରହିବେ ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ଭବନର ନିର୍ମାଣରେ ଲୁହାର ଖୁବ୍‌ କମ୍‌ ବ୍ୟବହାର ହୋଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ କେତେ ଦରମା ମିଳିବ ?

୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ୨୦୧୮ରେ ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ଚିକିତ୍ସା, ଟେଲିଫୋନ୍ ବିଲ୍, ଗୃହ, ବିଦ୍ୟୁତ୍ ସହିତ ଅନେକ ଭତ୍ତା ମଧ୍ୟ ମିଳିଥାଏ ।

- ରାଷ୍ଟ୍ରପତିଙ୍କ ଯିବାଆସିବା ପାଇଁ Mercedes-Benz S 600 Pullman ଗାଡି ପ୍ରଦାନ କରାଯାଇଥାଏ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାର୍ଡ ମୁତୟନ ଥାଆନ୍ତି, ଯାହାକୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ । ରାଷ୍ଟ୍ରପତି ଅବସର ନେବା ସମୟରେ ଅଧା ବେତନ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ପେନସନ୍‌ ପାଇଥା’ନ୍ତି । ଏହା ସହିତ ଗୋଟିଏ ବଙ୍ଗଳା (ଯାହାର ଭଡା ଆଦାୟ କରାଯାଏ ନାହିଁ), ଦୁଇଟି ମୋବାଇଲ୍ ଫୋନ୍ ଏବଂ ଆଜୀବନ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥାଏ । ସେହିପରି ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ବିମାନ ଯୋଗେ ଯାତ୍ରା କରିବାର ସୁବିଧା ମିଳିଥାଏ ।

୩୪୦ କୋଠରୀ ବିଶିଷ୍ଟ ଭବନରେ ରୁହନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ କେଉଁ କ୍ଷମତା ରହିଛି ?