Advertisment

ପଞ୍ଚାୟତ ନିର୍ବାଚନ: କାଲି ବସିବ ସର୍ବଦଳୀୟ ବୈଠକ

ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଂଗ୍ରେସ ନେତା ସୁଦର୍ଶନ ଦାସ କହିଲେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ରାଜ୍ୟ ସରକାର

Panchayat Election

Panchayat Election

Advertisment

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାଓ୍ୱାରି ଇସ୍ତାହାର ପ୍ରକାଶ କରାଯିବ। ଏହା ସହ ଜନ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ହେବାକୁ ଥିବା ସର୍ବଦଳୀୟ ବୈଠକରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାରଙ୍କ ଅତିଶୟ ହସ୍ତକ୍ଷେପକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ବିଜେଡି ସରକାର ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି । ସେପଟେ ବିଜେପି ଅଭିଯୋଗ କରିଛି, ସଂରକ୍ଷଣର ସଂଜ୍ଞା ଏ ପର୍ଯ୍ୟନ୍ତ ଅଧିକାରୀ ମଧ୍ୟ ଜାଣି ନାହାନ୍ତି କେଉଁ ନିୟମ ଓ ଆଧାରରେ କେଉଁଠି ସଂରକ୍ଷଣ ରହିଲା, ଆଉ କେଉଁଠି ହଟିଲା, ତାହା ଜଣାପଡୁନି। ଅଭିଯୋଗ କରିବା ପରେ ମଧ୍ୟ ସରକାର ଏହାର ତର୍ଜମା କରି ନାହାନ୍ତି।

Advertisment

ପଲ୍ଲୀ ସଭା ଓ ଗ୍ରାମସଭାକୁ ଉଠାଇ ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଛେଦ କରିଥିବା ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏସବୁର ଜବାବରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ସଂରକ୍ଷଣ ଓ ଡିଲିମିଟେସନ ନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ ହୋଇଛି। ଲୋକେ ବିଜେଡି ସହିତ ଅଛନ୍ତି ଏବଂ ଦଳୀୟ ଚିହ୍ନରେ ଠିଆ ହେଉଥିବା ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କ ସଦିଚ୍ଛା ରହିବ ।

Congress Kotia Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ