Man Allegedly Distributes Money To Voters In Bolangir
ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନର ତାଗିଦ କରିବା ସତ୍ତ୍ୱେ କିଛି ସ୍ଥାନରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଭୋଟ୍ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ୍ ପ୍ରଚାର ବେଳେ ଭୋଟରଙ୍କୁ ଟଙ୍କା ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଲକ୍ଷ୍ମୀକାନ୍ତ ହାତରେ ବିଡ଼ା ବିଡ଼ା ଟଙ୍କା ଧରିଛନ୍ତି ଏବଂ ସେଥିରୁ ୫୦୦ ଟଙ୍କିଆ ନୋଟ୍ ବାହାର କରି ଭୋଟରଙ୍କ ହାତକୁ ବଢ଼ାଇ ଦେଉଥିବା ନଜର ଆସିଛି। ସବୁଠାରୁ ବଡ଼ କଥା, ଲକ୍ଷ୍ମୀକାନ୍ତ ନିଜେ ଏହି ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ମଧ୍ୟ ରଖିଥିଲେ। ଠେମରା ପଞ୍ଚାୟତ ଜାମତରା ଗାଁରେ ନିର୍ବାଚନ ପ୍ରଚାର ସମୟରେ ସେ ଏହି ଟଙ୍କା ବାଣ୍ଟିଥିବା ଜଣାପଡ଼ିଛି।
ଗତ କିଛି ଦିନ ପୂର୍ବେ ମନରେଗା କାମ ବାବଦକୁ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ପିସି ନେଇ ଚର୍ଚ୍ଚାରେ ଥିଲେ ଲକ୍ଷ୍ମୀକାନ୍ତ। ସେହି ସମୟରେ ତାଙ୍କ ସ୍ତ୍ରୀ ସରପଞ୍ଚ ଥିଲେ। ପିସି ଟଙ୍କା ନେବାର ଭିଡିଓ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରସାରିତ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।
ଏବେ ନିର୍ବାଚନ ପୂର୍ବରୁ ଲକ୍ଷ୍ମୀକାନ୍ତନ୍ତ ଟଙ୍କା ବାଣ୍ଟିବା ଘଟଣା ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି। ଅବାଧ ଓ ନିରପେକ୍ଷ ର୍ନିବାଚନ କରିବା ପାଇଁ ର୍ନିବାଚନ କମିଶନର ତାଗିଦ କରିବା ସହିତ କଡ଼ା ନିୟମ କରିଛନ୍ତି। କିନ୍ତୁ ସବୁ ନିୟମକୁ ଫୁ’ କରି ସରପଞ୍ଚ ପ୍ରାର୍ଥୀ ଖୁଲମଖୁଲ୍ଲା ଟଙ୍କା ବାଣ୍ଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643610588.jpg)