ପଞ୍ଚାୟତ ନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠି ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବାର ଦେଖିବାକୁ ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠି ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବାର ଦେଖିବାକୁ ମିଳିଛି । ପ୍ରତି ବ୍ଲକ ହେଡକ୍ୱାର୍ଟରରେ ଗୋଟିଏ ଲେଖାଏଁ ମହିଳାମାନଙ୍କ ପାଇଁ ପିଙ୍କ ବୁଥ୍ ଖୋଲାଯାଇଛି । ଦିନ ଗୋଟାଏ ସୁଦ୍ଧା ଯେଉଁମାନେ ବୁଥ ଭିତରେ ଥିବେ ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଜୀବନ ହାରିଲେ ସରପଞ୍ଚ ପ୍ରାର୍ଥୀ । ବରଗଡ଼ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁପରେ ସରପଞ୍ଚ ଭୋଟ୍ ବନ୍ଦ ଘୋଷଣା କରାଯାଇଛି । ଆସନ୍ତା ୨୪ ତାରିଖରେ ଗୋବିନ୍ଦପୁର ପଞ୍ଚାୟତରେ ହେବାକୁ ଅଛି ଭୋଟ୍ । ତେବେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ପଦ ପାଇଁ ନିର୍ବାଚନ ବନ୍ଦ ଘୋଷଣା କରାଯାଇଛି ।

ସେହିପରି ଗତକାଲି ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ସେହି ପଞ୍ଚାୟତରେ ଭୋଟ ସ୍ଥଗିତ ରହିଛି । ଆଜି ବରଗଡ଼ ଜିଲ୍ଲାର ୪ଟି ବ୍ଲକ ଅମ୍ବାଭୋନା, ଭଟଲି, ପାଇକମାଲ ଓ ଝାରବନ୍ଧରେ ପ୍ରଥମ ପଯର୍ୟାୟ ପଞ୍ଚାୟତ ଭୋଟ ଚାଲିଛି । ୮୬୯ ବୁଥରେ ୨ ଲକ୍ଷ ୭୨ ହଜାରରୁ ଅଧିକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ କଟକ ସଦର ବ୍ଲକର ଯଶପଡ଼ା ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କର ମଧ୍ୟ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ ବର୍ତ୍ତମାନ ପାଇଁ ବନ୍ଦ ରହିଛି । କଟକ ସଦର ବ୍ଲକ ବିଡିଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।