Odisha is in grip of Officer-Raj Says BJD MLA Soumyaranjan Patnaik
ଅଫିସରଙ୍କ ଅହଙ୍କାର ବଢ଼ି ଯାଇଛି। ରାଜ୍ୟରେ ଅଫିସର୍ ରାଜ୍ ନେଇ ବିଧାନସଭା ବାହାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ ବୋଲି ସୌମ୍ୟ କହିଛନ୍ତି।
ବିଧାନସଭାର ତୃତୀୟ ଦିନରେ ରାଜ୍ୟରେ ମଦ୍ୟପ ସଂଖ୍ୟା ପ୍ରସଙ୍ଗକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅହେତୁକ ଅଧିକ ବୋଲି ସେ କହିଥିଲେ। ଏ ପ୍ରସଙ୍ଗ ନେଇ ସରକାର ଦେଇଥିବା ତଥ୍ୟକୁ ନେଇ ସୌମ୍ୟ ରଞ୍ଜନ ଉଦ୍ବେଗ ପ୍ରକାଶ କରିଥିଲେ।
ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ସୌମ୍ୟ ପଚାରିଥିଲେ। ସରକାରୀ ଅଧିକାରୀମାନେ ଭୁଲ୍ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ। ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି ସୌମ୍ୟ କହିଥିଲେ।
ସରକାରୀ ଅଧିକାରୀମାନେ କାହିଁକି ମିଛ କହୁଛନ୍ତି ବୋଲି ସୌମ୍ୟରଞ୍ଜନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ରାଜକିଶୋର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଅଫିସର୍ମାନଙ୍କ ଅହଂକାର ବଢ଼ି ଯାଇଛି କି, ପ୍ରଶ୍ନର ଜବାବରେ ରାଜକିଶୋର ଦାଶ କହିଛନ୍ତି, ଆମେ ଯାହା କହୁଛୁ ଅଫିସର୍ ଆମର ସବୁ କଥା ଶୁଣୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657012104.jpg)