Advertisment

କାମ ଦେବ ତ BJD ର ନମ୍ବର 9 ଥିଓରୀ..ଆଣିଦେବ କି ଶୁଭ ଫଳ ?

ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯।

ଅଦ୍ୟତନ ହୋଇଛି
undefined

BJD

Advertisment

ବିଜେଡିକୁ ମ୍ୟାଜିକ୍ ଫଳ ଦେବ କି ନମ୍ବର ନାଇନ୍ ? କାରଣ ଦଳ ଏବେ ସଂଖ୍ୟା ୯କୁ ବେଶି ଗୁରୁତ୍ୱ ଦେଉଛି। ଜ୍ୟୋତିଷଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ନା ଏହା ସଂଯୋଗ ମାତ୍ର, ତାକୁ ନେଇ ଚର୍ଚ୍ଚା। ହେଲେ ପର୍ଯ୍ୟାୟ କ୍ରମେ ଟିକେଟ ଯେଉଁ ଘୋଷଣା କରି ଚାଲିଛି ସେଥିରେ ୯ ସଂଖ୍ୟାର ପ୍ରତିଫଳନ ସ୍ପଷ୍ଟ ବାରି ହେଉଛି। ଏପରିକି ଗଲା ଦିଟା ଯାକ ଫେଜ୍ ରେ ୯ଟି ଲେଖାଏଁ ଟିକେଟ୍ ହିଁ ଘୋଷଣା ହେଉଛି। ତେବେ ଏମିତି କାହିଁକି, ଜାଣନ୍ତୁ..

Advertisment

ବିଜେଡିର ନମ୍ବର ନାଇନ୍ ଥିଓରୀ। ଆଣିଦେବ କି ଶୁଭ ଫଳ ? ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ବି ଘୋଷଣା ହେଲା।

ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ବି ଫଳ ୨ରେ ୭ ମିଶିଲେ ୯। ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ଏକ ଅଙ୍କକୁ ଖସି ୯ଟି ଲେଖାଏଁ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ଦଳ ଚାରିଟି ପର୍ଯ୍ୟାୟରେ ୧୧୭ ଆସନରେ ପ୍ରାର୍ଥୀ ଦେଇସାରିଛି। ୧୧୭ର ସବୁ ଘର ଅଙ୍କକୁ ମିଶାଇଲେ ଫଳ ବି ଆସୁଛି ୯। ତେବେ ଏହି ୯ ସଂଖ୍ୟା ପଛର ରହସ୍ୟ କଣ ? କାହିଁକି ବିଜେଡି ଏହି ୯ ସଂଖ୍ୟାକୁ ଗୁରୁତ୍ୱ ଦେଇ ଟିକେଟ ଘୋଷଣା କରୁଛି ? ତେବେ ଜ୍ୟୋତିର୍ବିଦଙ୍କ ବି ମତ ୯ ସଂଖ୍ୟାଟି ଭାରି ଶୁଭ।

Advertisment

ବିଜେଡି ଷଷ୍ଠ ଥର ପାଇଁ ସାଧାରଣ ନିର୍ବାଚନକୁ ଓହ୍ଲାଉଛି। ଦଳରେ ବିଦ୍ରୋହ ଯେତିକି ବଢିଛି ତାଠୁ ବେଶି ଚାଲେଞ୍ଜ ବିରୋଧୀଙ୍କ ଶାଣିତ ଆକ୍ରମଣ। ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ୍ ଶୃଙ୍ଖଳା ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଶାସକ ଦଳର ନେତା ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଛନ୍ତି। ଯେଉଁଥିପାଇଁ ଦଳ ବଦନାମ୍ ମୁଣ୍ଡେଇଛି। ଏଥିସହ ଶାସନ ବିରୋଧୀ ଜନମତ ବି ପ୍ରବଳ। ତେଣୁ ଏସବୁ କାଉଣ୍ଟର ସହ ବିଜୟ ସଂଖ୍ୟା ଜୁଟାଇବାକୁ ଦଳ ଏବେ ଜ୍ୟୋତିଷ ଶାସ୍ତ୍ରକୁ ଭରସା କରିଥିବା ଚର୍ଚ୍ଚା ହେଉଛି। ହେଲେ ବିରୋଧୀଙ୍କ ଯୁକ୍ତି, ୨୪ ନିର୍ବାଚନରେ ଏସବୁ ଥିଓରୀ କିଛି କାମ ଦେବନି। ତେବେ ଶାସକ ଦଳର କହିବା କଥା, ନବୀନ ଧର୍ମବିଶ୍ୱାସୀ। ତେଣୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ।

ବିଜେଡି ସଂଗଠନ ସମ୍ପାଦକ କିଛି ଦିନ ତଳେ ୧୩୦ ସିଟ୍‌ରେ ଜିତିବାକୁ କର୍ମୀଙ୍କୁ ଟାର୍ଗେଟ୍ ଦେଇଥିଲେ। ଆଉ ଏବେ ନମ୍ବର ନାଇନ୍ ଥିଓରୀ ଦଳକୁ କେତେ ସଫଳତା ଦେଉଛି ତା’ ଉପରେ ନଜର।

Advertisment
BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ