Advertisment

ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍‌ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।

ଅଦ୍ୟତନ ହୋଇଛି
BJD

BJD

Advertisment

୨୪ ନିର୍ବାଚନ ଛାରଖାର କରିଛି ପାରିବାରିକ ରାଜନୀତି। ଜନମତରେ ଟଳିପଡ଼ିଛି ବର୍ଷ ବର୍ଷର ଗଡ଼। ଠିକଣା ଭୁଲିଯାଇଛନ୍ତି ହେଭିୱେଟ୍‌। ୨୪ ଫଳାଫଳ କ୍ୟାରିୟରରେ ଲଗାଇ ଦେଇଛି ପରାଜୟର ଦାଗ। ଆଜି ଆମେ ଜଣେ କି ଦୁଇଜଣ ନୁହେଁ ୮ ଜଣ ନେତାଙ୍କ ଆଗାମୀ ରାଜନୀତିକୁ ନେଇ କହିବାକୁ ଯାଉଛୁ। ଯାହାଙ୍କ ପଲିଟିକାଲ କ୍ୟାରିୟର ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Advertisment

ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍‌ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି। ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ସେ ବହୁ ଭୋଟ୍‌ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଚଳିତ ନିର୍ବାଚନରେ ବବି କୋରେଇ ବିଧାନସଭା ଆସନ ପାଇଁ ତାଙ୍କ ମା’ ସଂଧ୍ୟାରାଣୀ ଦାସଙ୍କୁ ମୈଦାନକୁ ଓହ୍ଲାଇଥିଲେ। ହେଲେ ସେ ବି ମଧ୍ୟ ବିଜେପିର ଆକାଶ ଦାସ ନାୟକଙ୍କ ଠାରୁ ବହୁ ଭୋଟରେ ପରାସ୍ତ ହୋଇଛନ୍ତି। ଫଳରେ ବବିଙ୍କ ଗଡ଼ରେ ଧସେଇ ପସିଛି ବିଜେପି।

ବରିଷ୍ଠ ନେତା ସୁର ରାଉତରାୟଙ୍କ ଦୁଇ ପୁଅ ମଧ୍ୟ ଏଥର ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଦୁଇ ପୁଅ ସିର୍ଦ୍ଧାଥ ରାଉତରାୟ ଓ ମନ୍ମଥ ରାଉତରାୟ ପ୍ରଥମ କରି ନିର୍ବାଚନକୁ ଓହ୍ଲାଇଥିବାବେଳେ ତାଙ୍କ ସପକ୍ଷରେ ଜନମତ ଯାଇନାହିଁ। ବିଜେଡି ପକ୍ଷରୁ ମନ୍ମଥଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଟିକେଟ୍‌ ମିଳିଥିବାବେଳେ ସିର୍ଦ୍ଧାଥଙ୍କୁ ନିମାପଡ଼ା ବିଧାନ ସଭା ପାଇଁ ଟିକେଟ୍‌ ଦେଇଥିଲା କଂଗ୍ରେସ। ହେଲେ ଉଭୟ ପରାଜୟ ବରଣ କରିଛନ୍ତି।

Advertisment

ସେହିପରି ପଟ୍ଟନାୟକ ପରିବାରର ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ହାର୍‌ର ସ୍ୱାଦ ଚାଖିବାକୁ ପଡ଼ିଛି। କେନ୍ଦୁଝରର ଘସିପୁରାରୁ ସୌମ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ନିରଞ୍ଜନ କଂଗ୍ରେସ ପ୍ରାର୍ଥୀ ଭାବେ ଭଦ୍ରକର ଭଣ୍ଡାରୀପୋଖରୀରୁ ମୈଦାନକୁ ଓହ୍ଲାଇଥିଲେ। ହେଲେ ଉଭୟ ହାରିଯାଇଛନ୍ତି।

Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ