Advertisment

ମୋଦି ଝଡ଼ରେ ମାଟି କାମୁଡ଼ିଲେ BJD ର ଗଣ୍ତା ଗଣ୍ତା ମନ୍ତ୍ରୀ

ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି।

BJD

BJD

Advertisment

୨୪ ଫଳାଫଳ ଭାଙ୍ଗିଛି କ୍ଷମତା। ନବୀନ ସରକାରର ଗଣ୍ତା ଗଣ୍ତା ମନ୍ତ୍ରୀ ଓ ବରିଷ୍ଠ ନେତା ଧାରାସାୟୀ ହୋଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି।

Advertisment

ମନ୍ତ୍ରୀ ଟୁକୁନି ସାହୁ। ପ୍ରଥମେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱ ତୁଲାଇଥିଲେ। ପରେ ବିଜେଡି ସୁପ୍ରିମୋ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଥିଲେ। ହେଲେ ମନ୍ତ୍ରୀ ଟୁକୁନି ଏଥର ନିର୍ବାଚନରେ ମୋଦି ମହାବାତ୍ୟାରେ ନଜ ଗଡ଼ ବଞ୍ଚାଇ ପାରିନାହାନ୍ତି।

ମନ୍ତ୍ରୀ ଅତନୁଙ୍କ ସ୍ଥିତି ବି ସମାନ। ଉଚ୍ଚଶିକ୍ଷା, ଖାଦ୍ୟ ସୁରକ୍ଷା ଓ ସମବାୟ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ପାଇଥିଲେ ଅତନୁ। ଦଳରେ ବି ତାଙ୍କର ବହୁତ ଗୁରୁତ୍ଵ ଥିଲା। ଏତେ କ୍ଷମତା ଥାଇ ସୁଦ୍ଧା ମହାକାଳପଡ଼ାର ନିଜ ଗଡ଼ ଦୋହଲି ଯାଇଛି। ଜନମତ ହରାଇ ପରାଜୟକୁ ସ୍ୱୀକାର କରିଛନ୍ତି। ସେହିପରି ଫିକା ପଡ଼ିଛି ପ୍ରଦୀପ ଅମାତଙ୍କ କ୍ରେଜ୍‌। ପ୍ରଦୀପ କେବେ ନିର୍ବାଚନ ହାରିନଥିଲେ। ଏକାଧିକ ଥର ମନ୍ତ୍ରୀ ବି ହୋଇଥିଲେ। ବାଚସ୍ପତି ଆସନ ମଧ୍ୟ ସମ୍ଭାଳିଛନ୍ତି। ତଥାପି ସେ ବୌଦ୍ଧରେ ବହୁତ କମ ଅଭିଜ୍ଞତା ଥିବା ଜଣେ ନେତାଙ୍କଠାରୁ ହାରିଛନ୍ତି।

Advertisment

ଯାଜପୁରର ଟାଣୁଆ ନେତା ପ୍ରୀତିରଞ୍ଜନ ଘଡ଼ାଇ। ବାପା ପ୍ରଫୁଲ୍ଲ ଘଡ଼େଇଙ୍କର ମଧ୍ୟ ଦବଦବା ରହିଛି। ନବୀନ ସରକାରରେ ପୂର୍ବରୁ ପ୍ରୀତିରଞ୍ଜନଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହାରିଗଲେ ପ୍ରୀତିରଞ୍ଜନ ସୁକିନ୍ଦାରେ ବୋହୁ ଭୋଟ ବ୍ୟବଧାନରେ ହାରିଛନ୍ତି। ସେମିତି ଢେଙ୍କାନାଳର ଜିଲ୍ଲାର ଟାଣୁଆ ନେତା ମଉଳିଗଲେ ପ୍ରଫୁଲ୍ଲ ମଲ୍ଲିକ। ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଭଳି ବଡ଼ ବଡ଼ ବିଭାଗ ତାଙ୍କ ଅଧୀନରେ ଥିଲା। ସଂଗଠନରେ ବି ସେ ପ୍ରଭାବଶାଳୀ ଥିଲେ। କିନ୍ତୁ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି।

ବିଜେଡିର ଜଣେ ଟାଣୁଆ ନେତା କୁହାଯାଉଥିବା ବିକ୍ରମ କେଶରୀ ଆରୁଖ ମଧ୍ୟ ହାରିଛନ୍ତି ନିର୍ବାଚନ। ନବୀନ ସରକାରର ପ୍ରାୟ ସବୁ ପାଳିରେ ସେ ମନ୍ତ୍ରୀ ହୋଇଛନ୍ତି। ବାଚସ୍ପତି ଦାୟିତ୍ୱ ବି ସମ୍ଭାଳିଛନ୍ତି। ହେଲେ ବିଜେପି ସୁନାମୀ ଆଗରେ ତାଙ୍କ ଗଡ଼ ଧୋଇଯାଇଛି। ସେହିଭଳି କୋରାପୁଟର ଜଣେ ଟାଣୁଆ ନେତା ଜଗନ୍ନାଥ ସାରକା। ଆଇନ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତଥାପି ସେ ଭୋଟରଙ୍କ ମୁଡ୍ ବୁଝିବାରେ ବିଫଳ ହୋଇଛନ୍ତି।

Advertisment

ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ରାଜନୀତିକୁ ଆଣିଥିଲେ ନବୀନ ପଟ୍ଟନାୟକ। ତାଙ୍କୁ ନବୀନ ଦୁଇ ପାଳିରେ ମନ୍ତ୍ରୀ ମଧ୍ୟ କରିଛନ୍ତି। ହେଲେ ବିଜେଡିରେ ତାଙ୍କର ସହଯୋଗୀ ଥିବା ବାବୁ ସିଂ ଏଥର ତାଙ୍କୁ ହରାଇଛନ୍ତି। ସେହିଭଳି ପୂର୍ବତନ ମନ୍ତ୍ରୀ ବାସନ୍ତୀଙ୍କୁ ମଧ୍ୟ ମିଳିନି ସମର୍ଥନ। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମ। ମିଶନ ଶକ୍ତି ବିଭାଗ ତାଙ୍କ ଅଧୀନରେ ଥିଲା। କିନ୍ତୁ ସେ ମହିଳାଙ୍କ ଭୋଟ୍ ପାଇବାରେ ବିଫଳ ହୋଇଛନ୍ତି। ସୁଦାମ ମାର୍ଣ୍ଡିଙ୍କ ରଣନୀତି ମଧ୍ୟ ଫେଲ୍‌ ମାରିଛି। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ରାଜସ୍ଵ ବିଭାଗ ଥିଲା ତାଙ୍କ ପାଖରେ। କିନ୍ତୁ ମୟୂରଭଞ୍ଜରେ ଏମିତି ବାଜି ପଲଟିଲା ଯେ ସେ ତ ସାଂସଦ ହୋଇପାରିଲେନି, କି ତାଙ୍କ ପତ୍ନୀ ରଞ୍ଜିତାଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ଜିତାଇପାରିଲେ ନାହିଁ।

Naveen Patnaik BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ