Advertisment

ଚମ୍ପୁଆ BJD ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଜୋତାମାଳ..ଭିଡିଓ ଭାଇରାଲ

ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ।

ଅଦ୍ୟତନ ହୋଇଛି
Sanatan Mahakud Greeted With Garland Of Shoes

Sanatan Mahakud

Advertisment

କେନ୍ଦୁଝର ଜିଲ୍ଲାର ହେଭିୱେଟ୍ ନେତା ସନାତନ ମହାକୁଡ଼ଙ୍କୁ ଜୋତାମାଳ। ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନଙ୍କୁ ଜଣେ ବ୍ୟକ୍ତି ଜୋତାମାଳ (Shoes Garland) ପିନ୍ଧାଉଥିବାର ଏକ ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ। ତା’ସହ ପ୍ରଚାର ପାଇଁ ବି ବାରଣ କରୁଥିବା ଦେଖିବାକୁ ମିଳିଛି ଭାଇରାଲ୍ ଭିଡ଼ିଓରେ।

Advertisment

ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ? ଏ ସମ୍ପର୍କରେ ସନାତନ ମହାକୁଡ଼ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼। ତେବେ ସନାଙ୍କୁ ହାତେଇ ବିଜେଡି ଚମ୍ପୁଆରେ ଭଲ ଗେମ୍ ଖେଳିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ନବୀନଙ୍କର ଏଠି ଦରକାର ନାହିଁ, ଲୋକେ ତାଙ୍କୁ ଟାଟା, ବାଏ-ବାଏ କହିଲେଣି: ଅମିତ୍ ଶାହ

Advertisment

ସନା ମହାକୁଡ଼ଙ୍କୁ ଟିକେଟ୍ ଦେଇ ଦ୍ୱିତୀୟ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ଚମ୍ପୁଆ ବିଶେଷ କରି କେନ୍ଦୁଝର ରାଜନୀତିରେ ଅଖଣ୍ଡ ପ୍ରଭାବ ରଖୁଥିବା ପୂର୍ବତନ ବିଧାୟକ ସନା ମହାକୁଡ଼ ଗତ ନିର୍ବାଚନରେ ଲଢ଼ିନଥିଲେ ବି ଶେଷ ମୁହୂର୍ତ୍ତରେ ବିଜେଡିକୁ ସମର୍ଥନ କରିବାରୁ ତାଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝର ସାଂସଦ ହୋଇଥିଲା ବେଳେ ମୀନାକ୍ଷୀ ମହନ୍ତ ଚମ୍ପୁଆରୁ ବିଧାୟକ ହୋଇଥିଲେ। ଟିକେଟ ପାଇବା ପୂର୍ବରୁ ଚର୍ଚ୍ଚା ହେଉଥିଲା ସନା ହୁଏତ ବିଜେପି ଯାଇପାରନ୍ତି।

ତିନି ଥରର ସାଂସଦ ଅନନ୍ତ ନାୟକଙ୍କୁ ଏଥର ବିଜେପି କେନ୍ଦୁଝରରୁ ସାଂସଦ ପ୍ରାର୍ଥୀ ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କେନ୍ଦୁଝର ସଦରରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ାଇବା ପରଠୁ ବଦଳି ଯାଇଛି ସମୀକରଣ। ଏଭଳି ସ୍ଥିତିରେ ପୂରା ଜିଲ୍ଲାରେ ବିଜେପିକୁ ଚେକ୍ ଦେବାକୁ ସନା ମହାକୁଡ଼ଙ୍କୁ ବିଜେଡି ଟିକେଟ୍ ଦେଇଥିବା କୁହାଯାଉଛି। ରୋଚକ ହେଉଛି,ବିଧିବଦ୍ଧ ଭାବେ ସନା ବିଜେଡିରେ ଯୋଗ ନଦେଇ ବି ଜିଲ୍ଲାରେ ଦବଦବା କାରଣରୁ ଟିକେଟ୍ ହାତେଇବାରେ ସମର୍ଥ ହୋଇଛନ୍ତି । ଏଥିସହ ସନାଙ୍କୁ ଟିକେଟ୍ ପଛରେ ଖଣି ଲବି ମଧ୍ୟ ଏକ ବଡ଼ ଫ୍ୟାକ୍ଟର ଥିବା ଚର୍ଚ୍ଚା ହେଉଛି।

Advertisment

ଅଧିକ ପଢ଼ନ୍ତୁ: BJD ନାଁରେ ପଦେ ବି କହିଲେନି, ମିଡିଆ ଉପରେ ବର୍ଷିଲେ ରାହୁଲ

BJD Odisha Election Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ