Advertisment

କାଲି କଟକରେ ଶାହଙ୍କ ପାୱାର ସୋ'

ଚଳିତ ନିର୍ବାଚନ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ଏକ ଭବ୍ୟ ରୋଡ଼ ଶୋ ରେ ଯୋଗ ଦେବେ।

ଅଦ୍ୟତନ ହୋଇଛି
Amit Shah To Hold Roadshow At Odisha' Cuttack

Amit Shah

Advertisment

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ଗୋଟାଏ ୩୦ ମିନିଟରେ ସୋରଡ଼ାରେ ପହଞ୍ଚିବେ। ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସନ୍ଧ୍ୟା ୫ଟା ୩୦ ମିନିଟରେ କଟକ ରୋଡ ସୋରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସୂତ୍ରରୁ ସୂଚନା ରହିଛି।

Advertisment

କଟକରେ ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ। ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସହିତ ଯୋଗଦାନ କରିବା ପାଇଁ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି।

ସେପଟେ ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶୱଶର୍ମା। ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ୱଶର୍ମା। ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଏହାଛଡା ବିଜେପିର ଟପ୍ ଥ୍ରୀ ଲିଡର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅମିତ ଶାହ ଆସୁଥିବା ବେଳେ ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି ଆସିବା କାର୍ଯ୍ୟକ୍ରମ ରହିଛି। ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର। ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍‌ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ। କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ଦିନ ତମାମ ତିନିଟି ସ୍ଥାନରେ ପ୍ରଚାର ଓ ରୋଡ୍‌ ସୋ କରିବା କାର୍ଯ୍ୟକ୍ରମ ରହିଛି। ଦିନ ସାଢ଼େ ଗୋଟାଏରେ ସୋରଡ଼ାରେ ସାଧାରଣ ସଭା କାର୍ଯ୍ୟକ୍ରମ ଥିବା ବେଳେ ସାଢ଼େ ୩ଟାରେ ବୌଦ୍ଧରେ ଦଳୀୟ ସମାବେଶରେ ଯୋଗଦେବେ। ବୌଦ୍ଧରୁ ଫେରି ସାଢ଼େ ୫ଟାରେ କଟକରେ ରୋଡ୍‌ ସୋ’ କରିବେ।

ଦିନକ ପରେ ୧୭ରେ ହିଞ୍ଜିଳି ସହ ସୁନ୍ଦରଗଡ଼ ଓ ପଦ୍ମପୁର ଜନସଭାରେ ଯୋଗ ଦେବେ ନଡ୍ଡା। ତା’ର ଦୁଇ ଦିନ ପରେ, ଅର୍ଥାତ ମେ’ ୨୦ରେ ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି। ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ। ପୁଣି ସେହିଦିନ କଟକ ଏବଂ ଅନୁଗୁଳରେ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ନେତାଙ୍କ ବାଦ୍ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

Advertisment

ଅଧିକ ପଢ଼ନ୍ତୁ: ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ