Advertisment

ଘସିପୁରାରୁ ସ୍ୱାଧୀନ ଲଢ଼ିବେ ସୌମ୍ୟ ପଟ୍ଟନାୟକ

ସମର୍ଥକଙ୍କ ଚାପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସୌମ୍ୟ।

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ଘସିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ। ସମର୍ଥକଙ୍କ ସହ ବୈଠକ ପରେ ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସମର୍ଥକଙ୍କ ଚାପରେ ନିଷ୍ପତ୍ତି ନେଇଥିବା କହିଛନ୍ତି ସୌମ୍ୟ। ସୌମ୍ୟ ବିଜେପିରୁ ଘସିପୁରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଥିଲା, ମାତ୍ର ବିଜେପି ସେଠାରେ ଡଃ ଶମ୍ଭୁନାଥ ରାଉତଙ୍କୁ ଗତକାଲି ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

Advertisment

ଆଜି ଆନନ୍ଦପୁରଠାରେ ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଘସିପୁରାର ଲୋକମାନେ ପରାମର୍ଶ ଦେଇଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ଆସନ୍ତା ୬ତାରିଖରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ସୌମ୍ୟ ଗତ ୩ଦିନ ତଳେ କେନ୍ଦୁଝର ଗସ୍ତରେ ଯାଇ ମା’ତାରିଣୀଙ୍କ ଦର୍ଶନ କରିଥିଲେ। ସେହି ସମୟରେ ତାଙ୍କୁ ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସୌମ୍ୟ ମଧ୍ୟ ବିଜେପି ତାଙ୍କୁ ଘସିପୁରାରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମାତ୍ର ଗତକାଲି ବିଜେପି ସେଠାରେ ସୌମ୍ୟଙ୍କ ବଦଳରେ ଶମ୍ଭୁନାଥଙ୍କୁ ପ୍ରାର୍ଥୀ କରିଥିଲା।

Advertisment

୨୦୧୯ ନିର୍ବାଚନରେ ଖଣ୍ତପଡ଼ାରୁ ବିଜେଡି ଆସନରେ ଜିତିଥିଲେ ସୌମ୍ୟ ପଟ୍ଟନାୟକ। କିଛିମାସ ପୂର୍ବରୁ ଦଳ ବିରୋଧି ମନ୍ତବ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କୃତ କରିଥିଲା। ଏହାପରେ ଖଣ୍ତପଡ଼ାରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ ପାଇବା ଆଶା ବଢ଼ିଥିଲା। କିନ୍ତୁ ଖଣ୍ଡପଡାରେ ବିଜେଡି ଖେଳିଛି ମହିଳା କାର୍ଡ। ଭାପୁର ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏଥର ପ୍ରଥମ କରି ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି।

ବିଜେଡି ଛାଡିବା ପରେ ଖଣ୍ଡପଡାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ସେ ନାମାଙ୍କନ ଭରିଛନ୍ତିl ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିଥିଲେl ଅନୁଭବ ୨୦୧୪ରେ ବିଜେଡିରୁ ଲଢି ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ତାଙ୍କୁ ଆଉ ବିଜେଡି ପ୍ରାର୍ଥୀ କରିନଥିଲା। ୨୦୨୪ ରେ ସେ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଳ ଛାଡିବା ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ।

Advertisment
Soumya Ranjan Patnaik Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ