Advertisment

୨୪ରେ ଯାଜପୁର ବିଜେପିର ଯୋଦ୍ଧା କିଏ..ଚତୁର୍ଥ ଥର ପାୱାରକୁ ଆସିବେ କି ପ୍ରଣବ?

ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ।

Jajpur Election

Jajpur Election

Advertisment

ରାଜ୍ୟ ରାଜନୀତିର ସବୁଠୁ ହାଇପ୍ରୋଫାଇଲ୍ ନେତା, ଆଉ ହାଇ ପ୍ରୋଫାଇଲ ଆସନ ଯାଜପୁର। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ର। ପ୍ରଣବ ଏଠୁ ତିନି ଥର ବିପୁଳ ଭୋଟରେ ବିଜୟୀ ହେବା ସହ ବିରୋଧୀଙ୍କୁ ଅକ୍ଲେଶରେ ମାତ ଦେଇଛନ୍ତି। ତେବେ ଏଥର ଏଠି ସମୀକରଣ କଣ ? ୨୦୨୪ରେ ଏଠୁ ଲଢିବେ ନାହିଁ କି ପ୍ରଣବ? ଯଦି ପ୍ରଣବ ନଲଢନ୍ତି, ତେବେ ତାଙ୍କ ବଦଳରେ କିଏ ?

Advertisment

ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ। ଏଠୁ ବିଗତ ୩ଟି ଯାକ ନିର୍ବାଚନକୁ ଏକତରଫା ଭାବେ ଜିତି ଆସିଛନ୍ତି କିଙ୍ଗ୍ ମେକର ପ୍ରଣବ। ୨୦୧୯ରେ ବିଜେପିର ଗୌତମ୍ ରାୟଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚନ ଜିତିଥିଲେ ପ୍ରଣବ। ଲଗାତର ତୃତୀୟ ଥର ବିଧାୟକ ହୋଇଥିବା ପ୍ରଣବଙ୍କର ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଚଣ୍ଡ ପ୍ରଭାବ ସାଙ୍ଗକୁ ଅଖଣ୍ଡ ଆଧିପତ୍ୟ। ତେଣୁ ତାଙ୍କ ବିନା ଅନୁମତିରେ ଏଠୁ ବିଜେଡିରୁ ଆଉ କିଏ ଲଢେଇ ପାଇଁ ଆଶା କରିବା ଅସମ୍ଭବ।

ତେଣୁ ପ୍ରଣବ ଏଠୁ ଚତୁର୍ଥ ଥର ପାଇଁ ବିଜେଡି ଟିକେଟ୍ ପାଇବାରେ କୌଣସି ଦ୍ୱିଧା ନାହିଁ। ତେବେ ଚର୍ଚ୍ଚା ହେଉଛି ପ୍ରଣବ, ଏଥର ଯାଜପୁରରୁ ନିର୍ବାଚନ ନଲଢି ଅନ୍ୟ କେଉଁ ସ୍ଥାନକୁ ଯାଇପାରନ୍ତି। ଆଉ ପ୍ରଣବ ଅନ୍ୟ କେଉଁ ନିର୍ବାଚନମଣ୍ଡଳୀକୁ ଗଲେ ବି,ଯାଜପୁରରେ କିଏ ପ୍ରାର୍ଥୀ ହେବେ, ସେ ନିଷ୍ପତ୍ତି ତାଙ୍କ ନିର୍ଦ୍ଦେଶ ବିନା ନିଆଯାଇ ନପାରେ।

Advertisment

ଅଣକଂଗ୍ରେସ ଓ ଅଣବିଜେପି ଆସନ ଯାଜପୁରରେ ପ୍ରବେଶ ପାଇଁ ଆଜି ପର୍ଯ୍ୟନ୍ତ ସୁଯୋଗ ପାଇନି ବିଜେପି। ତେବେ ଆଶ୍ୱାସନାର ବିଷୟ, ୨୦୧୯ରେ ଏଠି କଂଗ୍ରେସକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଥିଲା ବିଜେପି। ଦଳରୁ ପ୍ରାର୍ଥୀ ହୋଇଥିବା ଯାଜପୁର ବିଜେପି ଜିଲ୍ଲା ସଭାପତି ଗୈାତମ ରାୟ ୫୯ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଯାହାକି ୨୦୧୪ ତୁଳନାରେ ଥିଲା ବେଶ୍ ଉତ୍ସାହଜନକ। ତେଣୁ ସେ ଦୃଷ୍ଟିରୁ ଗୌତମ ଏଥର ବି ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶା ବାନ୍ଧିଛନ୍ତି। ବିଜେପି ଯୁବ ମୋର୍ଚା ଉପ ସଭାପତି ସଂଗ୍ରାମ ପାତ୍ର ମଧ୍ୟ ଯାଜପୁର ଆସନରୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି।

୧୯୫୧ରେ ଯାଜପୁର ଆସନର ଗଠନ ହେବା ପରେ ପରେ ୩ ଥର ଶାସନକୁ ଆସିବା ପରେ, ତା ପରଠୁ ଆଉ କ୍ଷମତା ଦେଖିନି କଂଗ୍ରେସ ଦଳ। ଗତ ୨୦୧୯ ନିର୍ବାଚନରେ ଏଠୁ ପ୍ରାର୍ଥୀ ହୋଇଥିଲେ ସନ୍ତୋଷ କୁମାର ନନ୍ଦ। ତେବେ ସେ ମାତ୍ର ୪ ହଜାର ୭୪୫ ଭୋଟ୍ ପାଇଁ ଦଳ ପାଇଁ ସୃଷ୍ଟି କରିଥିଲା ଲଜ୍ଜାଜନକ ପରିସ୍ଥିତି। ଏହାସତ୍ତ୍ବେ ସନ୍ତୋଷ ଏଥର କଂଗ୍ରେସରୁ ପୁଣି ଲଢେଇ ପାଇଁ ମନୋବଳ ଦୃଢ଼ କରିଛନ୍ତି। ସେପଟେ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ମଧ୍ୟ ଯାଜପୁରରୁ ଲଢିବାକୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି।

Advertisment
Jajpur Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ