Advertisment

ସୁପର୍ ସଣ୍ଡେରେ ସୁପର୍ ସୋ; ଦୁଇ ହେଭିୱେଟ୍‌ ନେତାଙ୍କ ପ୍ରଚାରରେ କମ୍ପିବ ମୈଦାନ

ଫାଷ୍ଟ ଫେଜ୍ ଇଲେକ୍ସନ ପାଇଁ କାଲି ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର। ବ୍ରହ୍ମପୁର ଆମ୍ବପୁଆରେ ସଭା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସାଲେପୁରରେ କଂଗ୍ରେସର ନ୍ୟାୟ ସମାବେଶକୁ ଆସିବେ ରାହୁଲ ଗାନ୍ଧୀ।

undefined

J P Nadda & Rahul Gandhi

Advertisment

ଶାହଙ୍କ ପରେ ଆସୁଛନ୍ତି ନଡ୍ଡା। ଦିନକ ତଳେ ଅମିତ ଶାହ ଆସି ବିଜେପି କର୍ମୀ ଓ ନେତାଙ୍କ ଭିତରେ ଜୋଶ୍ ଭରିଥିବା ବେଳେ ଏହାକୁ ଆଉ ପାଦେ ଆଗକୁ ନେବାକୁ ଆସନ୍ତାକାଲି ବ୍ରହ୍ମପୁର ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ତେଣେ କଂଗ୍ରେସ୍ ବି କାଲିଠାରୁ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିବାକୁ ଯାଉଛି। ଆସନ୍ତାକାଲି ସ୍ୱାଭିମାନ ଦିବସରେ ରାହୁଲ ଗାନ୍ଧି, ଓଡ଼ିଶା ଆସି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସାଲେପୁର ସାଧାରଣ ସଭାରେ ଉଦବୋଧନ ଦେବେ।

Advertisment

ସୁପର୍ ସଣ୍ଡେରେ ହେବ ସୁପର୍ ସୋ। ଗୋଟିଏ ଦିନରେ ଦୁଇ ହେଭିୱେଟ୍ ନେତା ନଡ୍ଡା ଓ ରାହୁଲଙ୍କ ଓଡ଼ିଶା ଟୁର୍। ଯେଉଁଠି ଊପକୂଳରେ ରାହୁଲ୍ ହାତ ପାଇଁ ପ୍ରଚାରର ଶ୍ରୀ ଗଣେଶ କରିବେ। ସେଠି ଦକ୍ଷିଣ ଓଡ଼ିଶାରେ ପଦ୍ମ କ୍ୟାଂପେନ୍‌କୁ ଆଗକୁ ନେବେ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ଼ା। ୪୫ ଡିଗ୍ରୀ ତାତିରେ ଓଡ଼ିଶା ସିଝୁ ଥିବାବେଳେ, ସେହି ସମୟରେ ନିର୍ବାଚନୀ ତାତିକୁ ଆଉ ଟିକେ ତେଜିବାକୁ କାଲି ଓଡ଼ିଶା ଆସୁଛନ୍ତି ରାହୁଲ।

ଦିନ ୧୧ଟା ୪୦ରେ ରାହୁଲ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସିଧାଯିବେ ଉତ୍କଳ ଗୌରବଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ। ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ୧୦ କିଲୋମିଟର ଦୂର ସାଲେପୁରଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଜିଲ୍ଲାରୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଲୋକ ଯୋଗ ଦେବେ।

Advertisment

ରାହୁଲ୍ ଓଡ଼ିଶା ଛାଡୁ ଛାଡୁ ଅପରାହଣରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ସାଢେ ୪ଟା ରେ ଭୁବବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଏୟାର ପୋର୍ଟ ଓ ସେଠାରୁ ଆମ୍ବପୁଆ ଯାଇ ଏକ ସାଧାରଣ ସଭାରେ ଯୋଗ ଦେବେ। ଦିନକ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆସନ୍ତାକାଲି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି। ଏହି ସଭା ପରେ ନଡ୍ଡା ସନ୍ଧ୍ୟା ୬ଟା ୪୫ ମିନିଟରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଦଳୀୟ ନେତା ଓ କର୍ମୀଙ୍କ ଯୋଶ ବଢାଇବ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ବିଜୁ ଜନତା ଦଳ। କହିଛି ନିର୍ବାଚନ ଆସିଲେ ବିଜେପି ଓ କଂଗ୍ରେସ ନେତାଙ୍କ ଓଡ଼ିଶା କଥା ମନେପଡ଼େ।

Advertisment
BJD Rahul Gandhi J P Nadda BJP General Elections 2024 Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ