Advertisment

ନିର୍ବାଚନ ସମୟରେ ନବୀନ ବନ୍ଦୀ !! ଉଦ୍ଧାର ପାଇଁ DGPଙ୍କୁ ଚିଠି ଲେଖିଲା ବିଜେପି

ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ।

undefined

CM Naveen Patnaik

Advertisment

ନବୀନ ବନ୍ଧନରେ। ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ କବଳରୁ ନବୀନଙ୍କୁ ମୁକ୍ତକରିବାକୁ ଡିଜିପିଙ୍କୁ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଚିଠି ପରେ ରାଜନୀତିରେ ସୃଷ୍ଟି ହୋଇଛି କଂପନ। ତେଣେ ମୁଖ୍ୟମନ୍ତ୍ରୀ ବି ନିଜେ ଏ ପ୍ରସଙ୍ଗରେ ମନ୍ତବ୍ୟ ରଖି ସେ ପୁରା ସୁସ୍ଥ ଥିବା କହିଛନ୍ତି। ତେବେ ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବିଜେପି କେନ୍ଦ୍ରୀୟ ନେତାଙ୍କ ନିଶାନା ଆଉ ଆଜି ରାଜ୍ୟ ବିଜେପିର ଚିଠି, ନିର୍ବାଚନ ସମୟରେ ପ୍ରସଙ୍ଗକୁ ବେଶ୍ ରୋଚକ କରିଛି।

Advertisment

କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ସିଏମ୍ ନିବାସକୁ ଘେରି ରହିଛନ୍ତି। ଗତ ୨୦ ତାରିଖରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଏ ନିଶାନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପଚର୍ କରି ରଖାଯାଇଛି, କାଲି ଆସାମ ମୁଖ୍ୟମନ୍ତ୍ରୀ ଏଭଳି ସଂଗୀନ ଅଭିଯୋଗ ଆଣିଥିଲେ। ନବୀନଙ୍କୁ ଆରାମ୍, ଆଉ ବିଜେପିକୁ କାମ୍ ଓଡ଼ିଶାବାସୀଙ୍କର ଏଥର ଏ ନିଷ୍ପତ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବି କହିଥିଲେ।

ଓଡ଼ିଶା ମାଟିରେ ବିଜେପିର ହାଇଭୋଲଟେଜ୍ କ୍ୟାଂପେନ୍ ବେଳେ ଜଣକ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମୁହଁରେ ନବୀନଙ୍କୁ ଏଭଳି ଟାର୍ଗେଟ୍ ପରେ ଆଜି-ନବୀନଙ୍କୁ ବନ୍ଧନ ମୁକ୍ତ କରିବାକୁ ସିଧା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପିର ଚିଠି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖିଛନ୍ତି ଭି.କେ.ପାଣ୍ଡିଆନ। କିଛି ଦିନ ହେଲା ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ନବୀନଙ୍କୁ ବନ୍ଧନ କରି ରଖିଥିବା ଅନେକ ଘଟଣାରୁ ପ୍ରମାଣିତ ହୋଇଛି।

Advertisment

ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ପକ୍ଷରୁ ବି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡ଼ିଓ ଗୁଡ଼ିକରୁ ଏହା ପ୍ରତିପାଦିତ ହୋଇଛି। ତେଣୁ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଏଥିସହ ପ୍ରୋଟୋକଲ୍ ଅନୁଯାୟୀ- ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଡିଜିପି କଥା ହୋଇ ପାରୁଛନ୍ତି କି ନାହିଁ ? ସେନେଇ ବି ସନ୍ଦେହ ଥିବା ଚିଠିରେ ଦର୍ଶାଇଛି ବିଜେପି। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ? ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ଅଛି, ତେଣୁ ଜଣେ ବିଚାରପତି ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣିବାକୁ ଡିଜିପିଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ବିଜେପି ନେତା ସମୀର ମହାନ୍ତି। ସମାନ ପ୍ରସଙ୍ଗରେ ଭୁବନେଶ୍ୱର ରାମ ମନ୍ଦିର ଆଗରେ ଆଜି ପ୍ଲାକାର୍ଡ ଧରି ବି ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି।

ତେଣେ ପାଣ୍ଡିଆନଙ୍କ କବଳରୁ ନବୀନଙ୍କୁ ବନ୍ଧନମୁକ୍ତ କରିବାକୁ ଡିଜିପିଙ୍କୁ ରାଜ୍ୟ ବିଜେପିର ଚିଠି ପରେ- ନିଜେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଖବର ସରବରାହ ସଂସ୍ଥା ANIକୁ କହିଛନ୍ତି- ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ମାସେ ହେଲା ରାଜ୍ୟ ସାରା ପ୍ରଚାର ବି କରୁଛି। ମିଛ କହିବାର ଗୋଟେ ସୀମା ଥାଏ, ବିଜେପି ଏହାକୁ ଟପିଯାଇଛି।

Advertisment

ତେବେ ଏଠି ପ୍ରଶ୍ନ- ଯଦି ନବୀନ କହୁଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ। ତାହାଲେ ୨୦୧୯ ନିର୍ବାଚନ ପରଠୁ ତାଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ଓ ବୟସାଧିକ କାରଣକୁ ନେଇ ବାରମ୍ବାର ଦ୍ୱନ୍ଦ୍ୱ ଉପୁଜୁଛି କାହିଁକି ? ୨୦୨୪ ନିର୍ବାଚନ ବେଳେ ମୋଦି-ନଡ୍ଡାଙ୍କଠୁ ଧରି ବିଜେପିର ହେଭିୱେଟ୍ ମାନେ ନେତା ସମାନ ପ୍ରସଙ୍ଗରେ ବାରମ୍ବାର ନିଶାନା କରୁଛନ୍ତି କାହିଁକି ? ତାସହ ଏ ପ୍ରଶ୍ନ ବି ଉଠୁଛି- ସତରେ କଣ ପ୍ରୋଟୋକଲ୍ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ନିୟମିତ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକ ଭେଟି ପାରୁଛନ୍ତି ? ତାଛଡ଼ା ନବୀନଙ୍କୁ ତାଙ୍କ ନିଜ ଦଳ ବିଜେଡିର ନେତା ମାନେ ବି ନିଜ ସ୍ୱଚ୍ଛନ୍ଦରେ ସାକ୍ଷାତ ପାଉଛନ୍ତି ନା ନାହିଁ ? ନବୀନ କାହିଁକି ମାସ ମାସ ଧରି ଲୋକସେବାର ଭବନରେ ଥିବା ମୁଖ୍ୟମନ୍ତ୍ରୀ ଦପ୍ତରକୁ ଯାଉନାହଁନ୍ତି ? ଏତେ ସବୁ ପ୍ରଶ୍ନ ଭିତରେ ରାଜନୀତି ସମୀକ୍ଷକଙ୍କ ମତ- କେଉଁଠି ନା କେଉଁଠି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ଉପୁଜିଛି, ଏହା ସତ୍ୟ।

ଏବେ ଦେଖିବାର କଥା, ନବୀନଙ୍କୁ ପାଣ୍ଡିଆନଙ୍କ ବନ୍ଧନ ପ୍ରସଙ୍ଗ ଓଡ଼ିଶା ଭୋଟ୍ ପଶାପାଲିରେ କେମିତି ଗୋଟି ଭଳି ଗଡୁଛି।

BJD BJP CM Naveen Patnaik Odisha Politics VK Pandian General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ