Advertisment

ପଲିଟିକାଲ୍ ମୈଦାନରେ ଫ୍ୟାମିଲି ଫାଇଟ୍; ଭାଇ-ଭାଇ ଏବଂ ଖୁଡ଼ି-ପୁତୁରା ଲଢ଼େଇ

କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍।

undefined

Odisha Politics

Advertisment

ପଲିଟିକାଲ୍ ମୈଦାନରେ ଏଥର ବି ହେବ ରୋଚକ ଲଢ଼େଇ। ଓଡ଼ିଶା ଦେଖିବ ଫ୍ୟାମିଲି ଫାଇଟ୍। କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍। ଏହି କ୍ରମରେ ଆସନ୍ତୁ ଜାଣିବା ହାଇଭୋଲଟେଜ୍ ଫ୍ୟାମିଲି ଟକ୍କରକୁ ନେଇ ଚିକିଟି ଏବଂ ନବରଙ୍ଗପୁରରୁ ଏକ ରିପୋର୍ଟ।

Advertisment

ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ। ରାଜନୀତିର ରଣାଙ୍ଗନରେ ଅବତୀର୍ଣ୍ଣ ୨ ଦ୍ୟାନସାମନ୍ତରାୟ ଭାଇ। ବଡ଼ଭାଇ ରବୀନ୍ଦ୍ର ବନାମ୍ ସାନଭାଇ ମନୋରଂଜନ। ନିର୍ବାଚନୀ ରାଜନୀତିକୁ ଅଙ୍ଗେ ନିଭାଇଥିବା ମନୋରଂଜନ ପୁଣି ବିଜେପିରୁ ଏବଂ ନୂଆ ନୂଆ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିବା ରବୀନ୍ଦ୍ର କଂଗ୍ରେସ ଟିକଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଉଭୟେ ହେଉଛନ୍ତି ଚିକିଟିର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟଙ୍କ ପୁଅ। ୨୦୧୪ରେ କଂଗ୍ରେସରୁ ଏବଂ ୧୯ରେ ବିଜେପି ଟିକଟରେ ଲଢ଼ି ପରାଜିତ ହୋଇଥିଲେ ମନୋରଂଜନ। ଏଥର ସେ ପୁଣି ବିଜେପି ଟିକଟରେ ମୈଦାନକୁ ଓହ୍ଲାଇଛନ୍ତି। ସେପଟେ ବଡ଼ପୁଅ ରବୀନ୍ଦ୍ର, ବାପାଙ୍କ ଲିଗାସୀକୁ ଧରି ଆଗକୁ ଚାଲିବେ ବୋଲି କହିଛନ୍ତି।

ଚିକିଟିରେ ସାଧାରଣତଃ ଲଢ଼େଇ ହେଉଥିଲା ରାଣୀ ଓ ମଣି ପରିବାର ମଧ୍ୟରେ। ରାଣୀ ପରିବାର ପ୍ରଥମେ ଜନତା ଦଳ, ପରେ ବିଜେଡିର ନେତୃତ୍ୱ ନେଉଥିବା ବେଳେ ଚିନ୍ତାମଣିଙ୍କ ପରିବାର କଂଗ୍ରେସ ଧ୍ୱଜା ଧରିଥିଲେ। ୧୯୮୦ରେ ସ୍ୱାଧୀନ, ୮୫ରେ କଂଗ୍ରେସ ଓ ୯୫ରେ ପୁଣି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିନ୍ତାମଣି। ତେବେ ଏଥର ରାଣୀ-ମଣି ନୁହେଁ, ବରଂ ମଣି ପରିବାର ଅର୍ଥାତ ଚିନ୍ତାମଣିଙ୍କ ଫ୍ୟାମିଲିରେ ହିଁ ହେବାକୁ ଯାଉଛି ବଡ଼ ଫାଇଟ୍। ଅପରପକ୍ଷେ ବିଜେଡି ଟିକଟରେ ଉଷା ଦେବୀଙ୍କ ବଦଳରେ ଲଢ଼ୁଛନ୍ତି ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ।

Advertisment

ଏପଟେ ଖୁଡ଼ି-ପୁତୁରାଙ୍କ ପଲିଟିକାଲ୍ ଟକ୍କର। ନବରଙ୍ଗପୁର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ରଣାଙ୍ଗନରେ ଖୁଡ଼ି-ପୁତୁରା। ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ବନାମ ସଦାଶିବଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀ। ନଅ ନଅ ଥର ନବରଙ୍ଗପୁର ସାଂସଦ ବନିଥିବା ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ପରିବାରରେ ହେବାକୁ ଯାଉଛି ବିଗ୍ ଫାଇଟ୍। ଗତ ପଞ୍ଚାୟତ ନିର୍ବାଚନବେଳେ ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ବିଗିଡ଼ିଥିଲା ସଂପର୍କ। ଆଉ ସେହି ତିକ୍ତ ସଂପର୍କ ପରେ ଏଥର ବିଜେଡିରୁ ଲଢ଼ୁଥିବା ଖୁଡୀ କୌଶଲ୍ୟାଙ୍କ ବିରୋଧରେ କଂଗ୍ରେସରୁ ଲଢ଼ିବେ ପୁତୁରା ଦିଲୀପ।

ଏବେ ଅପେକ୍ଷା, ରୋଚକ ମୋଡ଼ରେ ଥିବା ଏହି ଫ୍ୟାମିଲି ଫାଇଟ୍ ଭିତରେ କାହାର ହେଉଛି ଫାଇଦା।

Advertisment

(ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ)

Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ