Advertisment

ନିର୍ବାଚନୀ କସରତ : ସ୍ଵାମୀ ପାଇଁ ସ୍ତ୍ରୀ, ଭଉଣୀ ପାଇଁ ଭାଇ

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

୨୪ ମହାସଂଗ୍ରାମ ପାଇଁ ତାରିଖ ଯେତିକି ଯେତିକି ପାଖୋଉଛି ସେତିକି ଜମି ଆସୁଛି ପ୍ରଚାର ତାତି। କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପୂରା ପରିବାରର ସାଥ୍। ଏଭଳି କିଛି ରୋଚକ ଚିତ୍ର ଏବେ ନିର୍ବାଚନୀ ପରିବେଶକୁ ବେଶ୍ ସରଗରମ କରିଛି।

Advertisment

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ। ଯେମିତି ଭଦ୍ରକ ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଯୁବ ଚେହେରା ସୀତାଂଶୁ ଶେଖର ମହାପାତ୍ର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ଉଚ୍ଚ ଶିକ୍ଷିତା ପତ୍ନୀ ଅମୃତା ପ୍ରୀତମ ମହାପାତ୍ର। ପ୍ରଥମ କରି ଭୋଟ୍ ରାଜନୀତିର ଖଡ଼ି ଛୁଉଁଥିବା ସୀତାଂଶୁ ସଭା, ଶୋଭାଯାତ୍ରା ଜରିଆରେ ପ୍ରଚାର ଚଳାଇଥିଲା ବେଳେ ଅମୃତା ମହିଳାମାନଙ୍କ ସହ ଛୋଟ ଛୋଟ ବୈଠକ ସାଙ୍ଗକୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରି ସ୍ୱାମୀଙ୍କ ପାଇଁ ଭୋଟ ଜୁଟାଇବାରେ ଲାଗିପଡ଼ିଛନ୍ତି।

ଜୟପୁରର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କ ପାଇଁ ନିର୍ବାଚନୀ ଷ୍ଟ୍ରାଟେଜିରେ ଲାଗିପଡ଼ିଛନ୍ତି ତାଙ୍କ ପୁଅ-ପୁତୁରା। ତାରାଙ୍କ ପୁଅ ଜ୍ୟୋତିରାମ। ଭୋଟ୍ ବେଳେ ବାପାଙ୍କ ସହାୟତା ପାଇଁ ଜ୍ୟୋତିରାମ୍ ନିଜ କର୍ମକ୍ଷେତ୍ର ସୂଦୁର ଆୟାରଲ୍ୟାଣ୍ଡରୁ ଛୁଟି ନେଇ ଆସିଥିଲା ବେଳେ, ଦୁବାଇରେ ଚାକିରି କରୁଥିବା ପୁତୁରା ଅନୁଭବ ବାହିନୀପତି ବି ଲମ୍ବା ଛୁଟିରେ ଆସି ଭାଇ ସହ ମିଶି ବଡ଼ବାପାଙ୍କୁ ଜିତାଇବା ପାଇଁ ପେପର ୱାର୍କଠୁ ନେଇ ପୁରା ନିର୍ବାଚନୀ ପରିଚାଳନାରେ ଲାଗି ପଡ଼ିଛନ୍ତି।

Advertisment

ସେହିପରି ଜୟପୁରରୁ ବିଜେଡିରୁ ପ୍ରଥମ ଥର ଲାଗି ବିଧାୟିକା ପ୍ରାର୍ଥୀ ହୋଇଥିବା ଇନ୍ଦିରା ନନ୍ଦଙ୍କ ପାଇଁ ସ୍ୱାମୀ ରବି ନାରାୟଣ ନନ୍ଦ ତ ନିର୍ବାଚନୀ ରଣନୀତିରେ ଲାଗିପଡ଼ିଛନ୍ତି। ତା ଛଡ଼ା ଦୁଇ ପୁଅ ଆଦିତ୍ୟ ନନ୍ଦ ଓ ବିଜୟ ସ୍ୱରୂପ ନନ୍ଦ ବି ମା ଇନ୍ଦିରାଙ୍କ ପାଇଁ ନିର୍ବାଚନୀ ପରିଚାଳନାରେ ଦିନ ରାତି ଏକ କରି ଦେଇଛନ୍ତି।

ଏପଟେ ବାପାଙ୍କ ପାଇଁ ପୁଅଙ୍କ ଝାଳବୁହା ପ୍ରଚାରକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ରାଜନୀତି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଧିର ସାମଲଙ୍କ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ପୁଅ ଜଗଦୀଶ। କେବଳ ସେତିକି ନୁହେଁ ସୁଧିରଙ୍କ ପୁତୁରା ଅବିନାଶ ସାମଲ ବି ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବାରୁ ଉଭୟ ବାପା ଓ ଭାଇଙ୍କ ପାଇଁ ବି ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଜଗଦୀଶ।

Advertisment

ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ପୁଣି ପ୍ରାର୍ଥୀ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାଥ୍ ଦେବାକୁ ଦିଲ୍ଲୀରୁ ପାଠପଢ଼ାରୁ ଛୁଟି ନେଇ ଛୁଟି ଆସିଛନ୍ତି ପୁଅ ଶିଖର ଷଡ଼ଙ୍ଗୀ ଓ ତାଙ୍କ ସାଙ୍ଗ। ଆସନ୍ତାକାଲି ହେବାକୁ ଥିବା ଅପରାଜିତାଙ୍କ ନୋମିନେସନ୍ ବେଳେ ଏମାନେ ସମସ୍ତେ ଉପସ୍ଥିତ ରହିବେ ବୋଲି ଖୋଦ୍ ଏକ୍ସରେ ପୋଷ୍ଟ କରିଛନ୍ତି ଅପରାଜିତା।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ