Advertisment

ADR ରିପୋର୍ଟ; ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?

ଅଦ୍ୟତନ ହୋଇଛି
undefined

ADR Report

Advertisment

ମେ’ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସେହିଦିନ ୪୨ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ? ଜାଣନ୍ତୁ..

Advertisment

ଜୀବନରେ ଆଦୌ ସ୍କୁଲ ହତା ମାଡ଼ି ନାହାନ୍ତି ୨ ଜଣ ପ୍ରାର୍ଥୀ। ସେମାନେ ହେଲେ ରେଢାଖୋଲ ସ୍ୱାଧୀନ ପ୍ରାର୍ଥୀ ସଞ୍ଜୀତ କୁମାର ବାବଙ୍ଗା ଓ କେନ୍ଦୁଝର ସ୍ୱାଧୀନ ପ୍ରାର୍ଥୀ ରାଜକିଶୋର ମୁଣ୍ଡା। ସେହିପରି ସମ୍ବଲପୁର ସ୍ୱାଧୀନ ପ୍ରାର୍ଥୀ ମହେଶ ଶର୍ମା ଓ ପାଟଣାର ବିଏସପି ପ୍ରାର୍ଥୀ ଦୁଲଭ ନାଏକ ପଞ୍ଚମ ଶ୍ରେଣୀ ଡେଇଁ ପାରିନାହାନ୍ତି। ଅନ୍ୟପକ୍ଷରେ ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ କରିଥିବା ବେଳେ ୩୨ ଜଣ ଅଷ୍ଟମ, ୪୯ ଜଣ ଦଶମ ପାସ କରିଛନ୍ତି। ଏମିତିକି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ମୋଟ୍ ୩୮୩ ପ୍ରାର୍ଥୀଙ୍କ ଭିତରୁ ମାତ୍ର ୧୨ ପ୍ରତିଶତ ଅର୍ଥାତ୍ ୪୪ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ। ଜଣେ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ ଥିଲା ବେଳେ ୧୨୯ ଜଣ ୪୧ରୁ ୫୦ ବର୍ଷ ବୟସ ବର୍ଗରେ ଅଛନ୍ତି।

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଳେଷଣରୁ ଏଡିଆର୍-ଓଡ଼ିଶା ଇଲେକସନ ୱାଚ ରିପୋର୍ଟ କହୁଛି, ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ। ସମ୍ପତ୍ତି ପରିମାଣ ୨୨୭ କୋଟି ୬୭ ଲକ୍ଷ। ୧୨୨ କୋଟି ୮୬ ଲକ୍ଷ ଟଙ୍କାର ସଂପତ୍ତି ସହ ଦ୍ୱିତୀୟ ଧନୀ ହେଲେ ଘଷିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ଯଦିଓ ସୌମ୍ୟଙ୍କ ସଂପତ୍ତି ୧୦୦ କୋଟିରୁ ଅଧିକ, ସେ କିନ୍ତୁ ବୁଡିଛନ୍ତି ଋଣ ଭାରରେ। ୧୦୬ କୋଟି ୨୧ ଲକ୍ଷ ଟଙ୍କାର ଋଣ ସହ ସର୍ବାଧିକ ଋଣଗ୍ରସ୍ତ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟ। ସେପଟେ କଟକ ବଡ଼ମ୍ବାରୁ ସମୃଦ୍ଧ ଓଡ଼ିଶାର ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ ସବୁଠୁ ଗରିବ। ତାଙ୍କ ପାଖରେ ରହିଛି ମାତ୍ର ହଜାରେ ଟଙ୍କା। ସେହିପରି ବ୍ରହ୍ମଗିରି ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ଘଡ଼େଇ ଓ ଭୁବନେଶ୍ୱର ଉତ୍ତର ସିପିଆଇ-ଏମ୍ଏଲ୍ ପ୍ରାର୍ଥୀ ଗୋପିନାଥ ନାୟକଙ୍କ ମୋଟ୍ ସମ୍ପତ୍ତି ମାତ୍ର ୨ ହଜାର ଟଙ୍କା ଲେଖାଏଁ।

Advertisment

ଏଡିଆର୍ ରିପୋର୍ଟ କହୁଛି, ତୃତୀୟ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଅର୍ଥାତ୍ ୧୦୦ ଜଣ ପ୍ରାର୍ଥୀଙ୍କ ନାଁରେ ଅଛି ଅପରାଧିକ ମାମଲା। ସେମାନଙ୍କ ଭିତରୁ ୮୬ ଜଣଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା ଥିବା ବେଳେ ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ, ୨୮ ଜଣଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଛି। ଏମିତିକି ଦୁଇ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମରେ ରହିଛି ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା।

Odisha Politics General Elections 2024 ADR Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ