Advertisment

ବିଜେପି-ବିଜେଡି ଛକାଛକି ଖେଳ; ଝୁଲି ରହିଛି ୧୮ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ

ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି।

undefined

Odisha Politics

Advertisment

ମାପିଚୁପି ଟିକେଟ୍ ଘୋଷଣା କରୁଛି ବିଜେଡି। ଗୋଷ୍ଠୀ କନ୍ଦଳ ଓ ଦଳ ଡିଆଁ ଭୟ ଘାରିଛି ଶାସକ ଦଳକୁ। ଯେଉଁଥି ପାଇଁ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୧୮ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନାହାନ୍ତି। ଯାହାକୁ ନେଇ ରାଜନୈତିକ ଉଷ୍ମତା ବଢିଯାଇଛି। ଅନ୍ୟପଟେ ଉଭୟ ଦଳର ଯୁକ୍ତି ଠିକ୍ ସମୟରେ ପ୍ରାର୍ଥୀ ଘୋଷଣା ହେବ।

Advertisment

ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଯେଉଁଥିପାଇଁ ଉଭୟ ଉଭୟଙ୍କୁ ଛକୁଥିବା ଚର୍ଚ୍ଚା ଜୋର ହେଉଛି। ଜଗତସିଂହପୁର ସଂସଦୀୟ କ୍ଷେତ୍ରର ବାଲିକୁଦା ଏରସମା ଓ କାକଟପୁରରେ ଉଭୟ ଦଳ କାହାରିକୁ ଏଯାଏ ଟିକେଟ ଦେଇନାହାଁନ୍ତି। ଏ ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର। ବାଲିକୁଦା ଏରସମାରେ ବର୍ତ୍ତମାନର ବିଧାୟକ ରଘୁନନ୍ଦନ ଦାସଙ୍କ ସହ ଆଶାୟୀ ଦୌଡ଼ରେ ଅଛନ୍ତି ସୌମ୍ୟଜିତ ମହାପାତ୍ର ଓ ସଞ୍ଜୀବ ବିଶ୍ୱାଳ।

ସେପଟେ କଂଗ୍ରେସରୁ ଆସିଥିବା ଚିରଞ୍ଜୀବ ବିଶ୍ୱାଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ବିଜେପି ଏହି ସିଟରେ ଛକିଛି ବିଜେଡି ଅସନ୍ତୁଷ୍ଟକୁ ଅସ୍ତ୍ର କରି ମାତ୍ ଦେବା ଲାଗି। କାକଟପୁରରେ ବି ସମାନ ସ୍ଥିତି। ବର୍ତ୍ତମାନର ବିଧାୟକ ତୁଷାରକାନ୍ତି ବେହେରା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଅନ୍ତର୍ଦ୍ୱନ୍ଦ୍ୱ ପାଇଁ ବିଜେଡି ଅଡୁଆରେ। ବିଜେପି ବି ଏଠାରେ ନିଜ କାର୍ଡ ଖୋଲିନି। ଖୋର୍ଦ୍ଧାରେ ବିଜେଡ଼ି ଆଶାୟୀ ଦୌଡରେ ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଅଛନ୍ତି।

Advertisment

ସେହିପରି ଭୁବନେଶ୍ୱର ମଧ୍ୟ ଆସନ ଟଳମଳ ଦେଖି ବିଧାୟକ ଅନନ୍ତନାରାୟଣ ଜେନା ଖୋର୍ଦ୍ଧା ଟିକେଟ ହାତେଇବା ଲାଗି ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପିର କାଳୁ ଖଣ୍ଡାୟତରାୟ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ରେସରେ ଥିବାରୁ ବିବାଦ ସେଠି ତେଜିଛି। କାହାକୁ ଟିକେଟ ଦିଆଯିବ ସେନେଇ ଦଳ ଗଣନା ଆରମ୍ଭ କରିଛି। ଅନ୍ୟପଟେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯଦିଓ କଂଗ୍ରେସର ଦଖଲରେ ଅଛି। କିନ୍ତୁ ବିଜେଡି ଏଠି ରାଣୀ ନନ୍ଦିନୀ ଦେବୀଙ୍କ ପ୍ରାର୍ଥିତ୍ୱକୁ ନେଇ ସମୀକରଣ କଷୁଛି। ଚର୍ଚ୍ଚା ହେଉଛି ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଦେବୀଙ୍କ ଏଠାରୁ ପ୍ରାର୍ଥୀ କରିପାରେ। ସେହିପରି ବିଜେପି ମଧ୍ୟ ସାନଖେମୁଣ୍ଡି ଗଣିତ କଷୁଛି।

କେବଳ ଏତିକି ନୁହେଁ, ଜୟପୁର, ଚିତ୍ରକୋଣ୍ଡା, ଚମ୍ପୁଆ, କେନ୍ଦ୍ରାପଡା, ଭୋଗରାଇ, ନୀଳଗିରି, ତେଲକୋଇ, ବରୀ ଆଦି ୧୮ଟି ଆସନରେ ବିଜେଡି କି ବିଜେପି କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ବିଜେପି ଏଯାଏ ୧୧୨ ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୩ଟି ପର୍ଯ୍ୟାୟରେ ୧୦୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ବଳକା ସିଟ୍ ପାଇଁ କାହିଁକି ବିଳମ୍ବ ହେଉଛି ପ୍ରାଥୀଙ୍କ ନାଁ ଘୋଷଣା? ବିଜେଡିକୁ ଘାରିଛି କି ଦଳ ଡିଆଁ ଭୟ? ବିଦ୍ରୋହକୁ ପ୍ରଶମିତ କରିବାକୁ ସମୟ ଗଡାଉଛି କି ଦଳ? ନା ଅପେକ୍ଷା କରିଛି ବିଜେପି ପ୍ରାର୍ଥୀ ଘୋଷଣାକୁ।

Advertisment

ଛକା ପଞ୍ଝା ଭିତରେ ଝୁଲି ରହିଛି ୧୮ ବିଧାନସଭାର ପ୍ରାର୍ଥୀଙ୍କ ଭାଗ୍ୟ। ଏହି ସସପେନ୍ସ ଆଉ କେତେ ଦିନ ଚାଲୁଛି ତାକୁ ଅପେକ୍ଷା।

BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ