Advertisment

କମ୍ପିଲାଣି ମୈଦାନ, ବାଲେଶ୍ୱରବାସୀଙ୍କ ମନ ଜିତିବା ପାଇଁ BJP-BJD ର ଜୋରଦାର ପ୍ରଚାର

ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।

Balasore Politics

Balasore Politics

Advertisment

ନିର୍ବାଚନୀ ବିଗୁଲ ବାଜିଲା ପରେ ଏବେ ଧୀରେ ଧୀରେ ସରଗରମ ହେଉଛି ସରଗରମ ରାଜନୀତି ପାଣିପାଗ। ବାଲେଶ୍ୱର ସଦରରେ ବିଜେପି ଓ ବିଜେଡିର ଜୋରଦାର କରିଛନ୍ତି କ୍ୟାମ୍ପେନିଂ। ପ୍ରଚାର ଲୋକଙ୍କ ପାଖକୁ ଯାଇ ଭୋଟ ପାଇଁ ଅପିଲ କରିୁଛନ୍ତି। ବିଜେଡି ନିଜ ସରକାରର ଗୁଣଗାନ କରି ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଠ କରିବା ପାଇଁ ପ୍ରୟାସ କରୁଛି। ସେପଟେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

Advertisment

ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ। ଗତ ଉପନିର୍ବାଚନରେ ପରାଜିତ ହୋଇଥିବା ମାନସ କୁମାର ଦତ୍ତଙ୍କ ନାଁରେ ପୁଣି ମୋହର ମାରିଛି ଦଳ। ସେହିପରି ସ୍ୱରୂପ କୁମାର ଦାସଙ୍କୁ ରିପିଟ କରିଛି ଦଳ। ସେପଟେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ କଂଗ୍ରେସ ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିିନି। ବିଜେଡି ଓ ବିଜେପି କର୍ମୀଙ୍କ ଉତ୍ସାହ ଯେତିକି ବଢିଛି କଂଗ୍ରେସ କର୍ମୀଙ୍କ ମନୋବଳ ସେତିକି ଭାଙ୍ଗିଛି।

ବିଜେଡି ପ୍ରାର୍ଥୀ ୨୫ ବର୍ଷର ସ୍ଥିର ସରକାରଙ୍କର ବିକାଶ କଥାକୁ ନେଇ ଲୋକଙ୍କୁ ପାଖକୁ ଯାଉଛି। ଏପଟେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଫେଲ ମାରିଛି କହି ପ୍ରଚାର କରୁଛି ବିଜେପି। ବାଲେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ନାରେ ନିର୍ବାଚନ ପାର ହେବାକୁ ଲକ୍ଷ ରଖିଛି କଂଗ୍ରେସ।

Advertisment

ଗତ ପାଞ୍ଚ ବର୍ଷ ଭିତରେ ବାଲେଶ୍ୱରବାସୀ ଉପ ନିର୍ବାଚନକୁ ସାମ୍ନା କରି ଦୁଇ ଦୁଇଥର ବିଧାୟକ ବାଛିଛନ୍ତି। ସବୁଥର ନେତାମାନେ ପ୍ରତିଶୃତି ଦେଇ ଭୋଟରଙ୍କ ଆସ୍ଥା ଭାଜନ ହୁଅନ୍ତି। ହେଲେ ଏଥର ନେତାଙ୍କ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନରେ ନ ପଡି ଭୋଟ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଭୋଟର। ନିର୍ବାଚନୀ ଯୁଦ୍ଧରେ କିଏ ଜିତିବ ଜନତାଙ୍କ ରାୟ, ତା ଉପରେ ସମସ୍ତଙ୍କ ନଜର।

(ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ ମହାନ୍ତି)

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ