Advertisment

ଓଡ଼ିଶାରେ ଅମିତ ଶାହ; ସଂଧ୍ୟାରେ କରିବେ ବିଶାଳ ରୋଡ୍‌ ସୋ’

ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ।

ଅଦ୍ୟତନ ହୋଇଛି
Amit Shah Arrives in Odisha

Amit Shah

Advertisment

ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ। ବିଜେପି ଫୋକସରେ ଓଡ଼ିଶା। ମିଶନ୍ ଓଡ଼ିଶା ଦଖଲ ଅଭିଯାନରେ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ।

Advertisment

ସନ୍ଧ୍ୟାରେ କଟକରେ କରିବେ ରୋଡ୍ ସୋ। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ଶାହ। ସେଠାରୁ ହେଲିକପ୍ଟର ଯୋଗେ ଗଂଜାମ ଜିଲ୍ଲା ସୋରଡା ଗସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଶାହ। ସୋରଡାରେ ପ୍ରଚାର ସାରି ଭୁବନେଶ୍ୱର ଫେରିବେ। ସନ୍ଧ୍ୟାରେ କଟକରେ ବିଶାଳ ରୋଡ ସୋ କରିବେ। ରୋଡ୍ ସୋ କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହୋଇ ନୟାସଡ଼କ ଯାଏଁ ଚାଲିବ। ଅପରାହ୍ନ ସାଢ଼େ ୫ଟାରୁ ୭ଟା ଯାଏଁ ରୋଡ୍ ସୋ କରିବେ ଅମିତ ଶାହ।

ଅଧିକ ପଢ଼ନ୍ତୁ: ‘ଲୋକ ଚାହୁଁଛନ୍ତି ବିଜେପି ଆସୁ, ଓଡ଼ିଶାବାସୀଙ୍କୁ ପରିବର୍ତ୍ତନ ଦରକାର'

Advertisment

ରାତି ସାଢ଼େ ୭ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ। ନିର୍ବାଚନ ଭିତରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ପୂର୍ବରୁ ସୋନପୁର ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥର କଣ କହିବେ, କାହାକୁ ନିଶାନା କରିବେ ତାଉପରେ ନଜର ରହିବ। ସେପଟେ ଆଜିଠୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ