Advertisment

ଶାହଙ୍କ ଗୁରୁମନ୍ତ୍ର ପରେ ଫ୍ରଣ୍ଟ ଫୁଟ୍‌ରେ BJP; ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାକୁ ବ୍ଲୁ ପ୍ରିଣ୍ଟ

ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି।

ଅଦ୍ୟତନ ହୋଇଛି
undefined

BJP

Advertisment

ଓଡ଼ିଶାରେ ଏଥର ବିଜେପି ସରକାର। ଶାହଙ୍କ ସୋନପୁର ଗସ୍ତ ବେଳେ ହାମଲା ଓ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁଜ୍ଞାନ ପରେ ଏବେ ଏଇ ନାରାରେ ରାଜ୍ୟରେ ବିଜେଡି ଶାସନକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି। ଶାହଙ୍କ ଟିପ୍ସକୁ ଅକ୍ଷରେ ଅକ୍ଷରେ ମାନି ଏମଏଲ୍ଏ, ଏମପି ପ୍ରାର୍ଥୀ ମିଳିମିଶି ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।

Advertisment

ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି। ସୋନପୁର ସମାବେଶ ପରେ ପରେ ଭୁବନେଶ୍ୱରରେ ୧୩ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଦେଇଥିଲେ ୩ ସୂତ୍ରୀ ବିଜୟମନ୍ତ୍ର। ୨୦ରୁ ଅଧିକ ଲୋକସଭା ସିଟ୍ ସହ ଓଡିଶାରେ ବିଧାନସଭା ଦଖଲ, ବୁଥ୍ ରିଗିଂ ଉପରେ ରୋକ୍, ମନୋମାଳିନ୍ୟ ଭୁଲି ଏକାଠି ଏମଏଲଏ, ଏମପି ପ୍ରାର୍ଥୀଙ୍କ ପ୍ରଚାର।

ଏଥିସହ ଶାହ କହିଛନ୍ତି, ଆସାମ୍ ଓ ତ୍ରିପୁରାରେ ଭୋଟ୍ ପ୍ରତିଶତ ନଗଣ୍ୟ ଥିଲା ବେଳେ ସେଠି ଯଦି ଦଳ ସରକାର ଗଢ଼ି ପାରିଲା ଏଠି ୩୪ ପ୍ରତିଶତ ଭୋଟ୍‌କୁ ବଢ଼ାଇ ସରକାର ଗଠନରେ କୌଣସି ସମସ୍ୟା ହେବ ନାହିଁ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ବାଟ ବତାଇ କହିଛନ୍ତି ନିର୍ବାଚନୀ ପ୍ରଚାର ବେଳେ କେନ୍ଦ୍ରୀୟ ଯୋଜନାକୁ କିପରି ରାଜ୍ୟରେ ହଡପ କରାଯାଉଛି, ଅଫିସର ରାଜୁତି, ଆୟୁଷ୍ମାନ ଯୋଜନାର ସୁଫଳ ଓ କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଅ।

Advertisment

ଏଥିସହ ସେ ନିଜେ ପ୍ରତ୍ୟକ୍ଷ ଭାବେ ଓଡିଶାର ସବୁ ପର୍ଯ୍ୟାୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି କାର୍ଯ୍ୟକର୍ତ୍ତାଙ୍କୁ ଆଶ୍ବସ୍ତ କରିଛନ୍ତି। ଖାଲି ସେତିକି ନୁହେଁ ଭାଜପା ଜଣେ ସୁସ୍ଥ ଓ ଯୁବ ମୁଖ୍ୟମନ୍ତ୍ରୀ କରିବ ଯିଏ କି ସ୍ପଷ୍ଟ ଭାବେ ଓଡ଼ିଆ କହିପାରୁଥିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି କାର୍ଯ୍ୟକର୍ତ୍ତାଙ୍କୁ।

ଆଗକୁ ଅମିତ ଶାହ ଏକାଧିକ ଥର ଆସିବା ସହ ଅନେକ କେନ୍ଦ୍ରୀୟ ନେତୃତ୍ୱ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସେ ବ୍ରହ୍ମପୁର ଜନସମାବେଶକୁ ସମ୍ବୋଧିତ କରିବା ସହ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତା ବୈଠକ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବର୍ତ୍ତମାନ ଓଡିଶାକୁ ଫୋକସ୍ ଦେଉଛନ୍ତି। କାର୍ଯ୍ୟକର୍ତ୍ତାଙ୍କୁ ଶାହଙ୍କ ଏ ବିଜୟ ମନ୍ତ୍ରରେ ଏବେ କର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ଯାଏ ସମସ୍ତେ ଉତ୍ସାହିତ। ଯାହାର ବଡ ପ୍ରଭାବ ୨୪ ନିର୍ବାଚନରେ ପଡିବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।

Advertisment

ଶାହାଙ୍କ ଷ୍ଟ୍ରାଟେଜିକୁ ଆଧାର କରି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି। ବିଜେଡି ଶାସନକୁ ଧୂଳିସାତ୍ କରି ଓଡ଼ିଶା ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି। ତେବେ ଶାହାଙ୍କ ଷ୍ଟ୍ରାଟେଜିକୁ ରାଜ୍ୟ ବିଜେପି କେମିତି କାର୍ଯ୍ୟକାରୀ କରି ସଫଳତା ପାଉଛି ତା’ ଉପରେ ନଜର।

Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ