Advertisment

ଆୟଠୁ ବଳିପଢୁଛି ଋଣ; ରାଜ୍ୟର ନଂ ୨ ଧନୀ ବିଧାୟିକାଙ୍କ ହୋସ ଉଡାଇଦେବ ଋଣ ଭାର

ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।

undefined

ADR Report

Advertisment

ଋଣଭାରରେ ବୁଡ଼ିଛନ୍ତି ରାଜ୍ୟର ଅନେକ ବିଧାୟକ। ଯିଏ ଯେତିକି ଧନୀ, ସେତିକି ଋଣୀ। ଶୁଣିବାକୁ କିଛିଟା ଅଡ଼ୁଆ ଲାଗୁଥାଇପାରେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ- ADR ଏଡିଆର୍ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ରାଜ୍ୟର ୬୫ ପ୍ରତିଶତ ବିଧାୟକ କୋଟିପତି ହୋଇଥିଲେ ବି ସେମାନଙ୍କ ମଧ୍ୟରୁ ବିଧାୟିକା ଦିପାଳୀ ଦାସ ସବୁଠୁ ଋଣୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ ଥିବା ଦର୍ଶାଯାଇଛି।

Advertisment

ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି। ବିଧାୟକମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ପ୍ରସ୍ତୁତ ରିପୋର୍ଟରେ ଏଡିଆର୍ ଦର୍ଶାଇଛି ଯେ, ଓଡ଼ିଶାରେ ଏବେକାର ୧୪୬ ବିଧାୟକଙ୍କ ଭିତରୁ ୯୫ ଜଣ ଅର୍ଥାତ୍ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି। ହେଲେ ଏମିତି ବିଧାୟକ ଅଛନ୍ତି ଯେଉଁମାନେ ତାଙ୍କ ସମ୍ପତ୍ତି ଓ ବାର୍ଷିକ ଆୟ ତୁଳନାରେ ଢ଼େର ଋଣରେ ବୁଡ଼ିଥିବା ଦେଖାଯାଉଛି। ଅଧିକ ଋଣରେ ବୁଡ଼ିଥିବା ବିଧାୟକଙ୍କ ଭିତରୁ ସବୁଠୁ ଚର୍ଚ୍ଚାରେ ଝାରସୁଗୁଡ଼ାର ବିଧାୟିକା ଦୀପାଳି ଦାସ।

କାରଣ ସବୁ ବିଧାୟକଙ୍କ ଭିତରେ ସେ ସମ୍ପତ୍ତିରେ ୨ ନମ୍ବର, ମାତ୍ର ଋଣରେ ୧ ନମ୍ବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ସର୍ବାଧିକ ୬୩ କୋଟି ହୋଇଥିବାବେଳେ ଦୀପାଳିଙ୍କ ପାଖରେ ୪୦ କୋଟିର ସମ୍ପତ୍ତି ରହିଛି। ମାତ୍ର ବ୍ୟବସାୟରେ ଜଡ଼ିତ ଥିବା ଦୀପାଳି ଏବେ ୧୯ କୋଟି ଋଣରେ ବୁଡ଼ିଛନ୍ତି। ସେହିପରି ଦ୍ୱିତୀୟ ସର୍ବାଧିକ ଋଣ ତାଲିକାରେ ଅଛନ୍ତି ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ। ତାଙ୍କର ୧୯ କୋଟିର ସମ୍ପତ୍ତି ରହିଥିବାବେଳେ ୭ କୋଟି ଟଙ୍କା ଋଣ ରହିଛି।

Advertisment

ତୃତୀୟରେ ରହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା। ତାଙ୍କ ପାଖରେ ୮ କୋଟିର ସମ୍ପତ୍ତି ରହିଥିବାବେଳେ ୪ କୋଟି ଋଣ ରହିଛି। ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପାଖରେ ୧୩ କୋଟିର ସମ୍ପତ୍ତି ରହିଥିବାବେଳେ ୪ କୋଟି ଋଣ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଖରେ ବ୍ୟକ୍ତିଗତ ୩୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ତାଙ୍କର ୩ କୋଟି ଟଙ୍କା ଋଣ ରହିଛି। ଏମିତିକି କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ପାଖରେ କୋଟିଏ ଟଙ୍କାର ସମ୍ପତ୍ତି ରହିଥିବାବେଳେ ଋଣ ବି କୋଟିଏ ଟଙ୍କା ଥିବା ସେ ଦର୍ଶାଇଛନ୍ତି।

ଅନ୍ୟପଟେ ତିନି ଜଣ ସର୍ବାଧିକ ସମ୍ପତ୍ତି ଥିବା ବିଧାୟକଙ୍କ ବାର୍ଷିକ ଆୟ ଦେଖିଲେ, ଝାରସୁଗୁଡ଼ା ବିଧାୟିକ ଦୀପାଳି ଦାସଙ୍କର ବାର୍ଷିକ ଆୟ ସର୍ବାଧିକ ୫ କୋଟି ଟଙ୍କା ରହିଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସମ୍ପତ୍ତି ୧୭ କୋଟି ଥିଲେ ବି ବାର୍ଷିକ ଆୟ ରହିଛି ୪ କୋଟି ଟଙ୍କା। ଢ଼େଙ୍କାନାଳର ବିଧାୟକ ସୁଧୀର କୁମାର ସାମଲଙ୍କ ସମ୍ପତ୍ତି ୧୪ କୋଟି ରହିଥିବାବେଳେ ବାର୍ଷିକ ଆୟ ୧ କୋଟି ରହିଛି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସର୍ବାଧିକ ୬୩ କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ତାଙ୍କର ବାର୍ଷିକ ଆୟ ହେଉଛି ମାତ୍ର ୨୧ ଲକ୍ଷ।

Advertisment

(ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ)

BJD Odisha Politics ADR Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ