Advertisment

‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।

ଅଦ୍ୟତନ ହୋଇଛି
Amit Shah in odisha

Amit Shah

Advertisment

ଯାହା ଆଶା କରାଯାଉଥିଲା, ସେଇଆ ହେଲା। ସୋନପୁର ଜନସଭାକୁ ସମ୍ବୋଧିତ କରିବା ମାତ୍ରେ ବିଜେଡି ସରକାର ବିରୋଧରେ ଗର୍ଜିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏଠାକାର ସରକାର ଓଡ଼ିଶାକୁ ବିକାଶଠାରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି। ତେଣୁ ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ବନାନ୍ତୁ ବୋଲି ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଶାହ।

Advertisment

ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି। ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି। କିନ୍ତୁ ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି ବୋଲି କହିଛନ୍ତି ଶାହ। ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ସୁଫଳ ମିଳୁନାହିଁ। କାଳେ ମୋଦି ନାଁ ନେଇଯିବେ ବୋଲି ନବୀନ ବାବୁଙ୍କୁ ଡର ଲାଗୁଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ଆସୁ ଆସୁ ବର୍ଷିଲେ ଶାହ; କହିଲେ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚଳାଇଛି ନବୀନ ସରକାର

Advertisment

ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ। କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ ବୋଲି ଅମିତ୍ ଶାହ ସୋନପୁର ସଭାରେ କହିଛନ୍ତି। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ବୋଲି ଅମିତ୍ ଶାହ ହିସାବ ଦେଇଛନ୍ତି।

ସୋନପୁରରେ ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ। ସେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ ଯେ, ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର।

Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ