Advertisment

ଲୋକସଭା ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲେ ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ

ଗତ ଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। ବର୍ତ୍ତମାନର ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Lok Sabha MP BJP Candidates

Lok Sabha MP

Advertisment

ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଗତ ଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। ବର୍ତ୍ତମାନର ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ସମ୍ବଲପୁର ସାଂସଦ ନୀତୀଶ ଗଙ୍ଗଦେବ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଏବଂ ଗତଥର ବ୍ରହ୍ମପୁରରେ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ଏଥର ଟିକେଟ୍ ମିଳିନାହିଁ। ସେହିପରି କୋରାପୁଟରୁ ପ୍ରାର୍ଥୀ ହୋଇଥିବା ଜୟରାମ ପାଙ୍ଗି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବା ପରେ ଦଳ କାଳେରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଛି।

Advertisment

ମୋଟ ୨୧ ଆସନରୁ ୧୮ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଯାହା ଚର୍ଚ୍ଚା ହେଉଥିଲା ସେଭଳି ସମ୍ବଲପୁରରୁ ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଣି ଥରେ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିଭଳି କେନ୍ଦ୍ରାପଡ଼ାରୁ ଆଉ ଥରେ ଦଳ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି।

ଅଧିକ ପଢ଼ନ୍ତୁ: ପ୍ରାର୍ଥୀତ୍ୱ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ ପଣ୍ତା

Advertisment

ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦୁଝର ଅନନ୍ତ ନାୟକ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ଭଦ୍ରକ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କୋରାପୁଟରୁ କାଳେରାମ ମାଝୀ ଏବଂ ମୟୂରଭଞ୍ଜରୁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ। ପ୍ରଥମ ପର୍ଯ୍ୟାୟରେ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ କନ୍ଧମାଳ, ଯାଜପୁର ଏବଂ କଟକ ଆସନ ବାକି ରହିଛି। ଏପର୍ଯ୍ୟାୟରେ ୪ ମହିଳାଙ୍କୁ ଯୋଦ୍ଧା କରିଛି ଦଳ।

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୭ଟି ରାଜ୍ୟର ୧୧୧ଟି ସିଟ୍ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେପି। ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ପୂର୍ବତନ ଜଜଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି। ରାମ ଚରିତ୍ରରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶ ମିରଟରୁ ପ୍ରାର୍ଥୀ କରିଛି ବିଜେପି।

Advertisment

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଉ ଦେଉ ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ହରିୟାଣା କୁରୁକ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ୟୁପି ପିଲଭିଟରେ ବରୁଣ ଗାନ୍ଧୀଙ୍କୁ ଟିକେଟ ମିଳିନଥିବା ବେଳେ, ତାଙ୍କ ମାଆ ମାନେକା ଗାନ୍ଧି ସୁଲତାନପୁରରୁ ପ୍ରାର୍ଥୀ ହୋଇଛନ୍ତି। ପିଲଭିଟରୁ ପ୍ରାର୍ଥୀ ବନିଛନ୍ତି ଜିତିନ ପ୍ରସାଦ। କଂଗ୍ରେସରୁ ରାହୁଲ ଗାନ୍ଧି ପ୍ରାର୍ଥୀ ବନିଥିବା କେରଳ ୱାଏନାଡ଼ରେ ବିଜେପି ବରିଷ୍ଠ ନେତା କେ. ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି।

ଏଥିସହ ପଶ୍ଚିମବଙ୍ଗ ବସିରହାଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି ରେଖା ପାତ୍ର। ସନ୍ଦେଶଖାଲି ଏହି ଆସନ ଅନ୍ତର୍ଗତ ହୋଇଥିବା ବେଳେ, ସେଠାରେ ବହୁଚର୍ଚ୍ଚିତ ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗରେ ରେଖା ପ୍ରଥମେ ବିରୋଧର ସ୍ୱର ଉଠାଇଥିଲେ।

BJP Odisha Politics General Elections 2024 Lok Sabha MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ