Advertisment

ଉପକୂଳ ଟେନସନରେ ବିଜେଡି; ଯାଜପୁରଠୁ ଜଗତସିଂହପୁର, ସବୁଠି ଟଳମଳ ସ୍ଥିତି

ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ।

undefined

Odisha Politics

Advertisment

ଉପକୂଳରେ ବଦଳୁଛି ସମୀକରଣ। ଜଗତସିଂହପୁର ଏବଂ ଯାଜପୁରରେ କିଏ ମାରିବ ବାଜି? ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଏ ଦୁଇ ଲୋକସଭା ସିଟ୍ ହେଉଛି ବିଜେଡିର ଅଭେଦ୍ୟ ଗଡ଼। ହେଲେ ୨୪ରେ ବଦଳିଛି ସମୀକରଣ। ଜଗତସିଂହପୁର ଲୋକସଭା କ୍ଷେତ୍ରର ୭ ନିର୍ବାଚନୀ ମଣ୍ଡଳୀରେ ବିଜେଡିର ସ୍ଥିତି ଟଳମଳ!

Advertisment

ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ। ସେପଟେ ଲୋକସଭା କ୍ଷେତ୍ରର ଅନେକ ବିଜେଡି ନେତା ଏବେ ବିଜେପି କ୍ୟାମ୍ପରେ।

ଜଗତସିଂହପୁର ଲୋକସଭାର ନିମାପଡା ବିଧାୟକ ସମୀର ଦାଶ, ଜଗତସିଂହପୁରର ଅମରେନ୍ଦ୍ର ଦାଶ, କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପଦ୍ମ ଧରିବା ପରେ ବିଗିଡି ଯାଇଛି ବିଜେଡି ଅଙ୍କ। ନିମାପଡ଼ାରେ ସମୀରଙ୍କ ଯୋଗଦାନ ପ୍ରଭାତୀଙ୍କ ପଲ୍ଲାକୁ ଭାରି କରିବା ପରେ କେବଳ ନିମାପଡ଼ାରେ ୧୬ ବାହାର ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ।

Advertisment

ସେହିପରି କାକଟପୁରରେ ଗୋଟିଏ ପଟେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ବିରୋଧରେ ଜନ ଅସନ୍ତୋଷ ରହିଥିବା ବେଳେ ପୁଣି ପୂର୍ବତନ ବିଧାୟକ ସୁର ସେଠୀ ତାଙ୍କର ପୂରା ସମର୍ଥକଙ୍କ ସହ ବିଜେପିରେ ମିଶିବା ବିଜେଡି ପାଇଁ ଚାଲେଞ୍ଜ ବଢାଇ ଦେଇଛି। ଜଗତସିଂହପୁରରେ ବି ସମାନ ସ୍ଥିତି। ଅମରେନ୍ଦ୍ର ଦାସ ବି ପ୍ରଶାନ୍ତ ମୁଦୁଲିଙ୍କୁ ଦେଉଛନ୍ତି କଡା ଟକ୍କର। ଯଦିଓ ୧୯ ନିର୍ବାଚନରେ ଏହି ଲୋକସଭା ସହ ୭ ବିଧାନସଭା ବିଜେଡି ପାଖରେ ଥିଲା, ହେଲେ ଏଥର ଜଗତସିଂହପୁର ଲୋକସଭାରେ ବି ଭାରି ପଡିପାରେ ବିଜେପି।

ବିଜେଡିର ଆଉ ଏକ ଉପକୂଳ ଗଡ଼ ଯାଜପୁରରେ ବି ଏଥର ବିଜେଡି ପାଇଁ ସ୍ଥିତି ସୁରକ୍ଷିତ ନାହିଁ। ଏମିତି କି ହେଭିୱେଟଙ୍କ ସିଟ୍‌ରେ ବି ଏଥର କଡ଼ା ଫାଇଟ୍। ଯଦିଓ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁର ଛାଡି ସମ୍ବଲପୁରରୁ ଲଢୁଛନ୍ତି, ତାଙ୍କ ସିଟ୍‌ରେ ଲଢୁଛନ୍ତି ନୂଆ ଚେହେରା ସୁଜାତା ସାହୁ। କିନ୍ତୁ ତାଙ୍କ ବିରୋଧରେ ଅଛନ୍ତି ବିଜେପିର ହେଭିୱେଟ ତଥା ଅଭିଜ୍ଞ ଗୌତମ ରାୟ।

Advertisment

ଅନ୍ୟପଟେ ପ୍ରଣବ ପ୍ରକାଶଙ୍କ ମା ସଂଧ୍ୟାରାଣୀ ଦାସ ଲଢୁଥିବା କୋରେଇ ସିଟ୍‌ରେ ବିଜେଡିକୁ କଡ଼ା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ। ବଡ଼ କଥା ହେଲା ହେଭିୱେଟ୍ ପ୍ରଫୁଲ୍ଲ ଘଡେଇଙ୍କ ସିଟ୍ ସୁକିନ୍ଦାରେ କିନ୍ତୁ ସ୍ଥିତି ସଙ୍ଗୀନ। ଏଠି ବିପୁଳ ଭୋଟରେ ଜିତୁଥିବା ପ୍ରୀତିରଂଜନ ଘଡେଇଙ୍କ ପାଇଁ ଏଥର ସେତେଟା ସହଜନ ହୋଇନପାରେ ନିର୍ବାଚନ। ସେଠି ତାଙ୍କୁ କଡା ଫାଇଟ ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ। ଆଉ ବଡ଼ଚଣାରେ ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷାଙ୍କୁ ପ୍ରାର୍ଥୀ କରିବା ପରେ ଏଯାଏଁ ଅମରଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ମିଳୁନି। କୁହାଯାଉଛି ଗତ ଥର ମାତ୍ର ୧୪୮୫ ଖଣ୍ଡ ଭୋଟରେ ହାରିଥିବା ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ପଲା ଏଥର ଭାରି ରହିଛି।

BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ