Advertisment

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ।

ଅଦ୍ୟତନ ହୋଇଛି
Ganeswar Behera

Ganeswar Behera

Advertisment

ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ଆଜି ସେ ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଛନ୍ତି। ତାଙ୍କର ଅନେକ ସମର୍ଥକ ମଧ୍ୟ ଶଙ୍ଖ ଧରିଛନ୍ତି। ୪ ଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଗଣେଶ୍ୱର। ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ଜଣେ ବିଜ୍ଞ, ତୃଣମୂଳ ସ୍ତରର ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାୟକ ହୋଇଥିଲେ। କିନ୍ତୁ ତା ପରଠୁ ସେ ବିଧାନସଭାକୁ ଆସିପାରି ନାହାନ୍ତି।

Advertisment

ଗତଥର କେନ୍ଦ୍ରାପଡ଼ା ଆସନରୁ ଲଢି କମ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ହେଉଥିଲା ସେ ବିଜେଡିରେ ମିଶିପାରନ୍ତି। ତାହା ସତ ପ୍ରମାଣିତ ହୋଇଛି। ଶଙ୍ଖ ଧରିଛନ୍ତି ଗଣେଶ୍ୱର ବେହେରା।

କେନ୍ଦ୍ରାପଡ଼ା ବିଜେଡିରେ କେଁ। ଟିକେଟ ବଣ୍ଟାକୁ ନେଇ ଖପ୍ପା ହେଲେଣି ନେତା ଓ କର୍ମୀ। ଉପକୂଳରୁ ଉପାନ୍ତ ଯାଏ ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଚାଲିଥିବା ବେଳେ କେନ୍ଦ୍ରାପଡ଼ାରୁ ବି ଆସିଛି ଅସନ୍ତୋଷର ଖବର। ଏଠାରେ ଅନେକ ବିଜେଡି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ଯାହା ଉଗ୍ରରୂପ ନେଇଛି। ସେପଟେ ଏନେଇ ଦଳୀୟ ନେତୃବୃନ୍ଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ। ଟିକେଟ ବଣ୍ଟନ ପ୍ରସଙ୍ଗରେ ଆଜି ଏକ ମେଳି କରି ଖପ୍ପା ହୋଇଛନ୍ତି ନେତା ଓ କର୍ମୀ। ଅନ୍ୟ ଦଳର ନେତାଙ୍କୁ ଆଣି ବିଜେଡିରୁ ଟିକଟ ଦେଲେ ବିଦ୍ରୋହ ହେବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ନେତା ଓ କର୍ମୀ।

କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ଗଣେଶ୍ୱର। ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ। ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ। ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Advertisment

ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର। ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର। ତେବେ ଆଜି ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପିସିସି ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଦଳ ଛାଡିବା ପରେ ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା’ଉପରେ ନଜର ରହିଛି।

BJD Odisha Politics General Elections 2024 Ganeswar Behera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ