Advertisment

ରାଜନୀତିରେ ନ୍ୟୁ ଜେନେରେସନ୍‌; ବାପାଙ୍କ ଆସନ ନେବାକୁ ପୁଅ ତତ୍ପର, ଗ୍ରହଣ କରିବେ ତ ଜନତା ?

ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।

undefined

New generation leaders

Advertisment

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଆଉ ଏଥର ରାଜନୀତି ମୈଦାନରେ ନୂଆ ଜେନେରେସନ୍। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ବିଶେଷ କରି ବିଜେଡିରେ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଏକାଧିକ ନେତାଙ୍କ ପୁଅ ଟିକେଟ୍ ଆଶାୟୀ। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଆରମ୍ଭ କରିଦେଲେଣି ସଂଗଠନ। ତେବେ ପ୍ରଶ୍ନ ଉଠୁଛି, ନୂଆ ପିଢିଙ୍କୁ କେତେ ଗ୍ରହଣ କରିବେ ଜନତା। ବାପାଙ୍କ ପତିଆରା ବଜାୟ ରଖିବାକୁ ସକ୍ଷମ ହେବେ ତ ପୁଅମାନେ?

Advertisment

ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଶଙ୍ଖ ଧରିବା ସହ ପାଟକୁରା ଟିକେଟ୍ ଲବି ରେସରେ ବେଶ୍ ଆଗରେ ଥିବା ଅରବିନ୍ଦ ଘନ ଘନ କ୍ୟାମ୍ପେନିଂ ଆରମ୍ଭ କରିଦେଲେଣି। ସୋମବାର ନବୀନ ନିବାସରେ ବସିଥିବା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବୈଠକରେ ବି ସାମିଲ ହୋଇଥିଲେ ଅରବିନ୍ଦ। କୁହାଯାଉଛି, ପାଟକୁରାରୁ ତାଙ୍କ ଟିକେଟ୍ ପକ୍କା। ତେବେ ବିଜେଡି ବିଦ୍ରୋହୀ ଭାବେ ବର୍ଷ ବର୍ଷ ଧରି ବାପାଙ୍କ ସହ ଥିବା ଶତାଧିକ କର୍ମୀ ଅରବିନ୍ଦଙ୍କୁ କେତେ ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନ।

ସେପଟେ ପୁରୀ ଜଗିଛନ୍ତି ପୂର୍ବତନ ବାଚସ୍ପତି ତଥା ପାଞ୍ଚ ପାଞ୍ଚ ଥରର ବିଧାୟକ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି। ଗତଥର ବିଜେପି ଏହି ସିଟ୍ ଛଡ଼ାଇ ନେବା ପରେ ବାପାଙ୍କ ପାରମ୍ପରିକ ଆସନକୁ ବିଜେଡିକୁ ଫେରାଇ ଆଣିବାକୁ ଲାଗିପଡ଼ିଛନ୍ତି ସୁନୀଲ। ଗତକାଲି ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ନବୀନ ନିବାସରେ ବସିଥିବା ବୈଠକରେ ସୁନୀଲଙ୍କୁ ଦେଖିବାକୁ ମିଳିଥିଲା। ପୁରୀରେ ତାଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସୁନୀଲ କିନ୍ତୁ ନିରବ।

Advertisment

ସାତ ଥରର ବିଧାୟକ ତଥା ଜନତା ଦଳରୁ ବିଜୁ ଜନତା ଦଳ ପର୍ଯ୍ୟନ୍ତ ଲଗାତାର ମନ୍ତ୍ରୀ ଏବଂ ବାଚସ୍ପତି ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ଏବେ ସେଠି ମଙ୍ଗ ଧରିଛନ୍ତି ପୁଅ ବିପ୍ଲବ ପାତ୍ର। ବାପାଙ୍କ ଗଡ଼ ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ପୁଅ। ବେଶ୍ କିଛି ଦିନ ହେଲା ନିର୍ବାଚନ ମଣ୍ଡଳୀରେ ଲୋକସଂପର୍କ ଓ ପ୍ରଚାର ଜାରି ରଖିଛନ୍ତି। ଦିଗପହଣ୍ଡିରୁ ଏଥର ବିପ୍ଲବଙ୍କୁ ବିଜେଡି ଟିକେଟ୍ ଦେବା ସମ୍ଭାବନା ରହିଛି। ସେହିପରି ଚିକିଟି ଆସନରୁ ଟିକେଟ୍ ଦାବିଦାର ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଶ୍ରୀରୂପ ଦେବ। ସ୍ୱାସ୍ଥ୍ୟଗତ କାରଣରୁ ମାଆଙ୍କ ବଦଳରେ ଏଥର ପୁଅ ନିର୍ବାଚନ ଲଢିବାକୁ ଆଗ୍ରହୀ। ବିଜେଡି ଟିକେଟ୍ ବି ଫାଇନାଲ ହୋଇସାରିଥିବା କୁହାଯାଉଛି।

ସେହିପରି ବାଲେଶ୍ୱର ବସ୍ତା ଆସନରେ ୧୦ ବର୍ଷ ଧରି ବିଧାୟକ ଥିବା ନିତ୍ୟାନନ୍ଦ ସାହୁଙ୍କ ପୁଅ ଅଞ୍ଜନ ସାହୁ, ଭୋଗରାଇରେ ବରିଷ୍ଠ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବାପାଙ୍କ ଗଡ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର। ଜଳେଶ୍ୱରରେ ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁଅ ବି ପଦ୍ମ ଟିକଟରୁ ଲଢ଼ିବାକୁ ଆଶା ରଖିଛନ୍ତି।

Advertisment

ବାପାଙ୍କ ଫିଲ୍ଡରେ ପୁଅ ପ୍ଲେୟାର ସାଜିବା ନୂଆ ନୁହେଁ, ସବୁ ଦଳରେ ଜାରି ରହିଛି ଏହି ପରମ୍ପରା। ତେବେ ବାପାଙ୍କ ପତିଆରା ବଜାୟ ରଖିବାକୁ ସକ୍ଷମ ହେବେ ତ ପୁଅ ? ରାଜନୀତିରେ ଅନଭିଜ୍ଞ ଯୁବ ନେତାଙ୍କୁ ଗ୍ରହଣ କରିବେ ତ ଜନତା ? ବାପାଙ୍କ ବଦଳରେ ପୁଅ, ବର୍ଷ ବର୍ଷ ଧରି ସଂଗଠନ ପାଇଁ କାମ କରୁଥିବା କର୍ମୀଙ୍କ ବଦଳରେ ପାରିବାରିକବାଦକୁ ଟିକେଟ୍ ବୁମେରାଂ ସାଜିବନି ତ ? ନିଜ ଦାୟାଦଙ୍କୁ ପ୍ରମୋଟ କରି କେତେ ଲାଭ ପାଇବ ବିଜେଡି ?

Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ