Advertisment

ଶଙ୍ଖକୁ ଶକ୍ତ ଝଟକା; ସରକାରୀ ପଦର ଅପବ୍ୟବହାର, ରାତାରାତି ଆକ୍ସନ !

ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍‌ଜି ସିଷ୍ଟମ୍‌କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍।

undefined

Sujata Pandian

Advertisment

ନିର୍ବାଚନ ପୂର୍ବରୁ ଶାସକ ଦଳର ଭୋଟ୍ ଅମଳର ବଡ଼ ଷ୍ଟ୍ରାଟେଜିକୁ ଜବରଦସ୍ତ ଝଟକା। ଏସଏଜି ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଇବା ଅଭିଯୋଗରେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶକୁ ନେଇ ହଇଚଇ। କାହିଁକି ନା, ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ବିଜେଡିର ଖାଲି ବଡ ଭୋଟ ବ୍ୟାଙ୍କ ନ ଥିଲେ, ବିଜେଡି ପାଇଁ ବଡ ସପୋର୍ଟ ସିଷ୍ଟମ ଥିଲା SHG ଚେନ୍। ଆଉ ସୁଜାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏସବୁରେ ଲଗାମ ଲାଗିବା ନେଇ ଚର୍ଚ୍ଚା।

Advertisment

ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍‌ଜି ସିଷ୍ଟମ୍‌କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ରାଜ୍ୟ ବିଜେପି ସୁଜାତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ କାଲି ଅପରାହ୍ନରେ ତାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି ଚିମ୍। ଆଉ ସେହି ଅଭିଯୋଗ ଆଧାରରେ ରାତିରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। ସୂଜାତା କାର୍ତ୍ତିକେୟନଙ୍କୁ ଅନ୍ୟତ୍ର ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ଅଭିଯୋଗ କରିଥିଲା ଯେ, ସୁଜାତା ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟରସ୍ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ ବା SVEEP କାର୍ଯ୍ୟକ୍ରମ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ଦେବାକୁ ଚେଷ୍ଟା କରୁଛନ୍ତି। ସୁଜାତାଙ୍କ ସ୍ୱାମୀ ଭି.କେ ପାଣ୍ଡିଆନ ବିଜେଡି ନେତା ହୋଇଥିବାରୁ ତାଙ୍କ ପ୍ରଭାବରେ ସୁଜାତା ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି। ବିଜେଡିକୁ ଭୋଟ ଦିଅ, ନହେଲେ ସରକାରୀ ଅନୁଦାନ ବନ୍ଦ କରିଦେବୁ ବୋଲି ଏସଏଚଜି ମହିଳାଙ୍କୁ ଧମକା ଯାଉଛି। ତେଣୁ ସୁଜାତାଙ୍କୁ ବଦଳି ପାଇଁ ଦାବି କରିଥିଲା ବିଜେପି।

Advertisment

ବିଜେଡି ପାଇଁ ଭୋଟ ମାଗୁଥିବା ଆଉ ଏସଏଚଜି ମହିଳାଙ୍କୁ ପ୍ରଚାର ପାଇଁ ଯିବାକୁ କହୁଥିବା ଜଣେ ମହିଳା ଜଣଙ୍କ ହେଉଛନ୍ତି ଡିଏଲଏଫ ବିଷ୍ଣୁପ୍ରିୟା ଦାସ। ଖାଲି ମହିଳାଙ୍କୁ କହୁ ନାହାନ୍ତି। ନିଜେ ବି ପୂରା ବିଜେଡି ପ୍ରାର୍ଥୀଙ୍କ ସହ ମଞ୍ଚରେ ବସି ପ୍ରଚାର କରୁଛନ୍ତି। ଯାହା ସ୍ପଷ୍ଟ କରୁଛି ବିଜେଡି ନିର୍ବାଚନରେ ଏସଏଚଜି ଚେନ୍‌କୁ କେମିତି ବ୍ୟବହାର କରୁଛି। ବାଲେଶ୍ୱରରୁ ଆସିଛି ସମାନ ଅଭିଯୋଗ। ଏଠି ମହିଳାମାନଙ୍କ କହିବା କଥା ମିଶନ ଶକ୍ତି ଗ୍ରୁପ ମିଟିଂ ଡାକି, ବିଜେଡିକୁ ଭୋଟ୍ ଦେବାକୁ କୁହାଯାଉଛି। ଆଉ ଭୋଟ ନଦେଲେ ଋଣ ମିଳିବନି କି ଛାଡ଼ ମିଳିବନି ବୋଲି ବି ଧମକ ଦିଆଯାଉଛି। କେଉଁଠି ସିଆରପି ତ କେଉଁଠି ଏମବିକେ ଭୋଟ ପାଇଁ କହୁଛନ୍ତି। ଖାଲି ସେତିକି ନୁହେଁ ବିଜେଡି ମିଟିଂରେ ଚେୟାର ଫୁଲ୍ କରିବାକୁ ଯୋଗ ଦେବାକୁ ବାଧ୍ୟ କରାଯାଉଛି।

ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳା ଏସଏଚଜି ଗ୍ରୁପରେ ଅଛନ୍ତି। ଆଉ ନିର୍ବାଚନ ବେଳେ ସେମାନଙ୍କୁ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବା ନେଇ ଆଗରୁ ଅନେକ ନଜିର ରହିଛି। ଏମିତି ଟଙ୍କା ବାଣ୍ଟିବା ପାଇଁ ବି ଏସଏଚଜି ଚେନ୍ ବିଜେଡିକୁ ଅନେକ ସହଯୋଗ କରିଥାଏ ବୋଲି ଅଭିଯୋଗ ହୁଏ। ଧାମନଗର ଉପନିର୍ବାଚନ ବେଳେ ବିଜେଡିର ଏହି ଚେନଙ୍କୁ ଭାଙ୍ଗିବାରୁ ବିଜେପିକୁ ସଫଳତା ମିଳିଥିଲା। ତେଣୁ ଏହି ଚେନ୍ ଉପରେ ଲଗାମ, ବିଜେଡିକୁ ବଡ଼ ଝଟକା ବୋଲି ଚର୍ଚ୍ଚା ହେଉଛି।

Advertisment
BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ