Advertisment

ରାହୁଲଙ୍କ ଗ୍ୟାରେଣ୍ଟି: ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍‌

କଂଗ୍ରେସ ସରକାର ଆସିଲେ ମିଳିବ ଏହି ସବୁ ସୁବିଧା। ରାହୁଲଙ୍କ ପ୍ରତିଶ୍ରୁତିର ପାହାଡ଼। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମନଲୋଭା ଅଫର୍‌।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଓଡ଼ିଶାବାସୀଙ୍କୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି। ଆଜି ସାଲେପୁର କଂଗ୍ରେସ ସମାବେଶରେ ଓଡ଼ିଶାବାସୀଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଛନ୍ତି ରାହୁଲ ଗାନ୍ଧି। ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଲୋକେ କଣ ସୁବିଧା ପାଇବେ, ସେନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ଆସିଲେ ‘ପେହଲି ନୌକରୀ ପକ୍କି’ ଯୋଜନା ଆଣିବ। ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ।

Advertisment

ରାହୁଲ ଆହୁରି କହିଛନ୍ତି, ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଦିଆଯିବ ଆପ୍ରେଣ୍ଟିସିପ୍।ଏଥିସହ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି, କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରାଯିବ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳିବ।

ଏହାଛଡ଼ା ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ। କୋଟି କୋଟି ଲୋକଙ୍କ ଖାତାକୁ ଦେବୁ ଲକ୍ଷେ ଟଙ୍କା। କମିଶନ ବସାଇବୁ, ଚାଷୀଙ୍କ ଋଣ ଛାଡ଼ କରିବୁ। ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା କରିବା ସହ ମନରେଗା ମଜୁରୀ ୪ ଶହ ଟଙ୍କା କରିବ କଂଗ୍ରେସ। ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସାଲେପୁର ସଭାରେ ଆରମ୍ଭରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧି। ସେ କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ।

Congress Rahul Gandhi Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ