Advertisment

ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ; କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରୁ ସିଧାସଳଖ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇଛନ୍ତି। ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରୁ ୧୦ କିଲୋମିଟର ଦୂର ସାଲେପୁରଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ରାହୁଲ ଗାନ୍ଧି।

Advertisment

ଏହି ସଭାରେ କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଜିଲ୍ଲାରୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଲୋକ ଯୋଗ ଦେବେ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ନେତା ଓ କର୍ମୀ ଅନାଇ ରହିଛନ୍ତି ନିଜ ପ୍ରିୟ ନେତା ସାଲେପୁରରେ କଣ କହିବେ। ଆଗାମୀ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। କିଛି ମାସ ତଳେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିଥିଲେ ରାହୁଲ ଗାନ୍ଧୀ  । ନିର୍ବାଚନ ବିଗୁଲ ବାଜିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ।

Congress Rahul Gandhi General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ