Advertisment

ବ୍ରହ୍ମପୁର ବିଜେଡିକୁ ବଡ଼ ଘାଟା; ଚ୍ୟାଉ ଓ ସୁବାସ ସମ୍ପର୍କରେ ଫାଟ

ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି।

Ganjam Politics

Ganjam Politics

Advertisment

ବ୍ରହ୍ମପୁର ରାଜନୀତିରେ ହଲ୍‌ଚଲ୍‌। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି। ସଂପର୍କ ଭଲ ନଥିବା ଓଟିଭିକୁ ଏକ୍ସକ୍ଲୁସିଭ୍‌ କହିଲେ ସୁବାସ ମହାରଣା। ତେବେ ବିଜେଡି ଟିକଟକୁ ନେଇ ସୁବାସ ଅସନ୍ତୋଷ ଥିବା ଜଣାପଡ଼ିଛି।

Advertisment

ସୁବାସ କହିଛନ୍ତି, ଚ୍ୟାଉପଟ୍ଟନାୟକଙ୍କ ଘନିଷ୍ଠ ଥିଲି, ବିଧାୟକ ଟିକେଟ ପାଇଁ ଆଶାୟୀ ଥିଲି। ଟିକେଟ ଆବେଦନ ବି କରିଥିଲି। ଚ୍ୟାଉ ବାବୁଙ୍କୁ ୮୧, ମୋତେ ୬୧ ବର୍ଷ। ଚ୍ୟାଉ ବାବୁ ଟିକେଟ ପାଇଲେ, ମୋତେ କିନ୍ତୁ ରାଲିକୁ ଡକାଗଲା ନାହିଁ। ଚ୍ୟାଉ ବାବୁ ମୋତେ ଫୋନ୍‌ କରି ମୁଁ ବିଜେପି ଯାଉଛି କି ବୋଲି ପଚାରିଲେ। ଏକଥା ମୋତେ ବହୁତ ବାଧିଲା, ସେଥିପାଇଁ ମୁଁ ତାଙ୍କଠାରୁ ଦୂରେଇ ଯାଇଛି।

ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଗଂଜାମ ରାଜନୀତି। ମୁଖ୍ୟତଃ ଦୁଇ ଲୋକସଭା ଆସନ ବ୍ରହ୍ମପୁର ଓ ଆସିକା ପାଇଁ ପ୍ରାୟ ସମସ୍ତ ପ୍ରାର୍ଥୀ ଘୋଷଣା ସରିଲାଣି। ବିଜେପି, କଂଗ୍ରେସ ଏବଂ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଲୋକେ କେଉଁ ଭଳି ପ୍ରାର୍ଥୀଙ୍କୁ ବାଛିବେ ତା ଉପରେ ନଜର। ଗଞ୍ଜାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା।

Advertisment

ଏକଦା ବିଜେଡିର ଗଡ଼ ଥିବା ଗଞ୍ଜାମରେ ଏବେ ରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଗତ ଥର ଯେଉଁ ମାନେ ବିଜେଡିରେ ଥିଲେ ସେହି ପ୍ରାର୍ଥୀ ଏଥର ବିଜେପିରେ ଆଉ ବିଜେପିରେ ଥିବା ଅନେକ ନେତା ଏବେ ବିଜେଡିରେ। ତେଣୁ ଦଳ ଡିଆଁ ଭିତରେ କେଉଁଭଳି ପ୍ରାର୍ଥୀଙ୍କୁ ବାଛିବେ ନେତା ତା ଉପରେ ନଜର।

Odisha Politics General Elections 2024 Ganjam Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ