Advertisment

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପାୱାର ସୋ; ଜନସମୁଦ୍ର ପାଲଟିଲା ତୁଳସୀ କ୍ଷେତ୍ର

କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

କେନ୍ଦ୍ରାପଡ଼ା ମାଟିରେ ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ। ନିଜର ପ୍ରିୟ ନେତାଙ୍କୁ ଭବ୍ୟ ସ୍ୱାଗତ ସହ ନେତା, କର୍ମୀ ଏବଂ ସାଧାରଣ ଜନତାଙ୍କ ଅସମ୍ଭାଳ ଭିଡ଼। ଚାନ୍ଦୋଳରୁ ଦୁହୁରିଆ..ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଖଚାଖଚ୍ ଭିଡ଼। ସମସ୍ତଙ୍କ ମୁହଁରେ ଜିନ୍ଦାବାଦର ନାରା। ସେହି ଗୋଟିଏ କଥା। ଆଉ ସେହି ଭୁଲ୍ କରିବେ ନାହିଁ, ଏଥର ବୈଜୟନ୍ତଙ୍କୁ ନିଶ୍ଚିତ ବିଜୟୀ କରାଇବେ।

Advertisment

କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ସେଠାରୁ ଦୁହୁରିଆ ଯାଏଁ ଶୁଭେଛୁ, ସମର୍ଥକ ଏବଂ ବିଜେପି କର୍ମୀଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲା। ଶୋଭାଯାତ୍ରା ବେଳେ ମଝିରେ ବାରି ହୋଇପଡୁଥିଲା ଜନତାଙ୍କ ଆନ୍ତରିକତା, ଆତ୍ମୀୟତା, ଶ୍ରଦ୍ଧା ଆଉ ଭଲ ପାଇବା। କିଏ ଫୁଲତୋଡ଼ା ଦେଇ ତ କିଏ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଥିଲେ ବୈଜୟନ୍ତଙ୍କୁ।

ଦୁହୁରିଆରେ ବି ଜମିଥିଲା ଜନତାଙ୍କ ଅସମ୍ଭାଳ ଭିଡ଼। ଆଉ ସେହି ଜନସମୁଦ୍ର ଭିତରେ ଲ କଲେଜ୍, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ, ପୁରୁଣା ବସ୍‌ଷ୍ଟାଣ୍ଡ ଆଦି ସ୍ଥାନ ଦେଇ ଆଗକୁ ବଢୁଥିଲା ରାଲି। ଦୁହୁରିଆରୁ ପ୍ରାୟ ୧୨ କିଲୋମିଟର ଦୂର ଶ୍ରୀବଳଦେବଜୀଉଙ୍କ ମନ୍ଦିର ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ଜମିଥିଲା ଅସମ୍ଭାଳ ଭିଡ଼। ଏହି ସମୟରେ ପ୍ରତିକ୍ରିୟା ରଖି ବୈଜୟନ୍ତ କହିଛନ୍ତି, କେନ୍ଦ୍ରାପଡ଼ା ସହ ବିଜେପି ନେତୃତ୍ୱାଧୀନ NDA ଏଥର ସାରା ଦେଶରେ ୪ଶହ ସିଟରେ ବାଜି ମାରିବ। ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ।

Advertisment

ନିର୍ବାଚନୀ ରାଜନୀତିରୁ ସାଂଗଠନିକ କାର୍ଯ୍ୟ ଯାଏଁ, ପ୍ରତ୍ୟେକ କ୍ଷେତ୍ରରେ ସିଦ୍ଧହସ୍ତ ବୈଜୟନ୍ତ ଜାତୀୟ ରାଜନୀତିରେ ଏକ ଚର୍ଚ୍ଚିତ ନାଁ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପିର ନିର୍ବାଚନ ପ୍ରଭାରୀ ଥିବା ବୈଜୟନ୍ତ ପୂର୍ବରୁ ୨୦୦୯ ଏବଂ ୧୪ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ସାଂସଦ ଥିବା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପାନୀୟ ଜଳ ଏବଂ ଗମନାଗମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଅନ୍ୟତମ ବଡ଼ ଉପଲବ୍ଧି ହେଉଛି, କେନ୍ଦ୍ରାପଡ଼ା ଦେଇ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ। ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ ଏହି ପ୍ରକଳ୍ପକୁ ଆଗେଇନେବାକୁ ଅଣ୍ଟା ଭିଡ଼ିଥିଲେ ବୈଜୟନ୍ତ। ଶେଷରେ ଦୀର୍ଘ ଅଢ଼େଇ ଦଶନ୍ଧିର ସ୍ୱପ୍ନ ସାକାର ହେବା ସହ ଏହି ରୁଟରେ ଆରମ୍ଭ ହୋଇଛି ଟ୍ରେନ୍ ସେବା। ଏହାବ୍ୟତୀତ ବିଦେଶରେ ଫସିଥିବା ଶହ ଶହ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଭିଟାମାଟିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମକା ତୁଲାଇଛନ୍ତି ବୈଜୟନ୍ତ।

Advertisment

ସେପଟେ ଅପରାହ୍ନରୁ ଏକ ବିରାଟ ପଟୁଆର ସହ ଆରମ୍ଭ ହୋଇଥିବା ବୈଜୟନ୍ତଙ୍କ ରାଲି ଏବେ ବି ଜାରି ରହିଛି। ଦୁହୁରିଆରୁ ବର୍ତ୍ତମାନ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଅଭିମୁଖେ ରାଲିରେ ଯାଉଛନ୍ତି ବୈଜୟନ୍ତ। ସେଠାରେ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇ ନିଜର ପ୍ରଚାର ପାଇଁ ବିଗୁଲ୍ ବଜାଇବେ। ଏହି ରାଲିରେ ହଜାର ହଜାର ଶୁଭେଛୁ, ସମର୍ଥକ, ବିଜେପି କର୍ମୀ ଏବଂ ନେତା ସାମିଲ ହୋଇଛନ୍ତି।

BJP Baijayant Panda General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ