Advertisment

ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।

Baijayant Panda

Baijayant Panda

Advertisment

ଜୋର୍ ଧରିଲା ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ। ଆଜି ତିକନପୁରରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ। ଏ ଅବସରରେ ବିଭିନ୍ନ ଦଳର ସରପଞ୍ଚ, ସମିତିସଭ୍ୟ ଓ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏ ଅବସରରେ ବୈଜୟନ୍ତ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କ ସମେତ ପାଟକୁରା ବିଧାୟକ ପାର୍ଥୀ ତେଜେଶ୍ୱର ପରିଡ଼ା ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

Advertisment

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ। କହିଲେ, ଏଠିକାର ଯୁବକ ବାହାରକୁ କାମ କରିବାକୁ ଯାଉଛନ୍ତି, ହଇରାଣ ହେଉଛନ୍ତି। ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରତିବର୍ଷ ଶହ ଶହ ଚିଠି ମୋ ପାଖକୁ ଆସୁଛି। ୨୪ ବର୍ଷ ଶାସନ ପରେ ବି କାହିଁକି ବାହାରକୁ କାମ ପାଇଁ ଯିବାକୁ ପଡୁଛି। ମୋତେ ୨ ଥର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା।

ସେ ଆହୁରି କହିଛନ୍ତି, ଶିଳ୍ପ ଓ ରେଳକୁ ଗୁରୁତ୍ୱ ଦେଇଥିଲି। ରେଳ କାର୍ଯ୍ୟକାରୀ ହୋଇଗଲାଣି। ନିଯୁକ୍ତି ପାଇଁ ଶିଳ୍ପ ଦରକାର। ଏଯାଏଁ ଶିଳ୍ପ କାହିଁକି ଆସିପାରିଲାନି? କାରଣ ଏଠି ଦୁର୍ନୀତି, ନାରୀ ନିର୍ଯାତନା, ପିସି କାରବାର ଚାଲିଛି। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ତ କରିବା, ଓଡ଼ିଶାରେ ବି ଡବଲ୍ ଇଞ୍ଜିନ ସରକାର ଆଣିବା। ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ। ମିଛ, ଅପପ୍ରଚାର, ଧମକଚମକ ନ ଶୁଣି ପଦ୍ମରେ ଭୋଟ୍ ଦିଅନ୍ତୁ।

Advertisment

ଗତକାଲି କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ। ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ଦରିଆ-ରାମଚଣ୍ଡୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ବୈଜୟନ୍ତ।

ଏ ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ। ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଅନ୍ୟପଟେ କେନ୍ଦ୍ରାପଡ଼ାରେ ଗତ ୫ବର୍ଷ ଧରି ଅଟକିଯାଇଛି ବିକାଶର ଧାରା।

Advertisment
BJP Baijayant Panda Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ