Advertisment

ଶାହଙ୍କ ପରେ ବର୍ଷିଲେ ନଡ୍ଡା; କହିଲେ, ବାହାର ଲୋକଙ୍କୁ ଦିଆଯାଉଛି ପ୍ରଶ୍ରୟ, ରହନ୍ତୁ ସତର୍କ..

ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡା ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
J P Nadda

J P Nadda

Advertisment

ବ୍ରହ୍ମପୁର ସଭାସ୍ଥଳରେ ନଡ୍ଡା। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସଭାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଛନ୍ତି। ଅମିତ ଶାହଙ୍କ ଭଳି ନଡ୍ଡା ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି ଓଡ଼ିଶାରେ। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେସନ କାମ ଚାଲିଛି।

Advertisment

ତେବେ ସମାବେଶରେ ଜେପି ନଡ୍ଡା ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କଣ ଥିଲା, ମନେ ପକାନ୍ତୁ। ଏଠାରେ କିଛି ବଦଳିବ ନାହିଁ, ଏମିତି ରହିବ ବୋଲି ଭାବୁଥିଲେ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି। ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ଓଡ଼ିଶାକୁ ଆଗକୁ ନେବାର ନିର୍ବାଚନ ଇଏ।

ନଡ୍ଡା ଆହୁରି କହିଛନ୍ତି, ମୋଦି ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡ଼ିଛନ୍ତି। ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ। ୨ ବର୍ଷ ଭିତରେ ଭାରତ ତୃତୀୟ ବଡ଼ ଆର୍ଥିକ ଶକ୍ତି ବନିବ। ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି। ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ସହାୟତା ଯାଉଛି। ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି।

Advertisment

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ବ ପାଇଁ କଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ।

BJP J P Nadda Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ