Advertisment

୪ ଜୁନ୍‌ରେ ତାମିଲନାଡୁ ପଳାଇବେ ପାଣ୍ତିଆନ୍‌, ଫ୍ଲାଇଟ୍‌ ଟିକେଟ୍‌ ରେଡ୍ଡି !

ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍‌ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍‌ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

୪ ଜୁନ୍‌ରେ ‘ବିଜେଡି ଗୋ’ ଫ୍ଲାଇଟ୍‌ରେ ତାମିଲନାଡୁ ଫେରିଯିବେ ପାଣ୍ତିଆନ୍‌। ଏଥିପାଇଁ ହୋଇଯାଇଛି ସମସ୍ତ ପ୍ରକାର ପ୍ରସ୍ତୁତି। ଟିକେଟ୍‌ ମଧ୍ୟ କଟାସରିଛି। ଭୁବନେଶ୍ୱରରୁ ଚେନ୍ନାଇ ପାଇଁ ଫ୍ଲାଇଟ୍‌ ଟିକେଟ୍‌ କାଟିଛି ଓଡ଼ିଶା ବିଜେପି। ସଂଧ୍ୟା ୭ଟାରେ ବସିବେ, ଠିକ୍‌ ଘଣ୍ଟାଏ ପରେ ଅର୍ଥାତ ୮ଟାରେ ଚେନ୍ନାଇରେ ଓହ୍ଲାଇବେ। ତେବେ ଫ୍ଲାଇଟ୍‌ ଟିକେଟ୍‌ର ଫଟୋକୁ ଓଡ଼ିଶା ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ପେଜ୍‌ରେ ସେୟାର କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏବେ ବାଏ ବାଏ ପାଣ୍ତିଆନ୍‌ ହାସ୍‌ଟ୍ୟାଗ୍‌ ମଧ୍ୟ ଏକ୍ସରେ ଟ୍ରେଣ୍ତ କରୁଛି।

Advertisment

ଓଡ଼ିଶା ଛାଡ଼ି ପଳାଇବେ କି ପାଣ୍ତିଆନ୍‌ ? ଭୁବନେଶ୍ୱରରୁ ବିମାନରେ ବସି ସିଧା ଚେନ୍ନାଇରେ ଲ୍ୟାଣ୍ତ କରିବେ। ଏମିତି କିଛି ଢ଼ଙ୍ଗରେ ଭିକେ ପାଣ୍ତିଆନ୍‌ଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି। ଆସନ୍ତା ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ମୋଦି ଜୁନ ୪କୁ ବିଜେଡିର ଏକ୍ସପାଏରୀ ଡେଟ ବୋଲି କହିବା ପରେ ବିଜେପି ଓଡ଼ିଶା ପକ୍ଷରୁ ପାଣ୍ଡିଆନକୁ ଟାର୍ଗେଟ କରି ଏଭଳି ଟିକେଟ ପୋଷ୍ଟ କରି କଟାକ୍ଷ କରାଯାଇଛି। ତେବେ ଏ ପ୍ରସଙ୍ଗରେ ବିଜେଡି ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଭିକେ ପାଣ୍ତିଆନ୍‌ଙ୍କୁ ଟାର୍ଗେଟ କରିଛି। ଓଡ଼ିଶା ଗସ୍ତରେ ଘନ ଘନ ଆସୁଥିବା ବିଜେପିର କେନ୍ଦ୍ରୀୟ ତୁଙ୍ଗ ନେତା ପାଣ୍ତିଆନ୍‌ଙ୍କୁ କଟାକ୍ଷ କରିଛନ୍ତି। ସେ ରତ୍ନଭଣ୍ତାର ପ୍ରସଙ୍ଗ ହେଉ ବା ସରକାର ଚଳାଇବା ପ୍ରସଙ୍ଗ ସବୁଠି କାଉଣ୍ଟର କରିଛି ବିଜେପି। ଆଜି ସତ୍ୟବାଦୀ ସଭାରେ ପାଣ୍ଡିଆନ୍‌ଙ୍କୁ ଧୂମ୍‌ ଧୋଇଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ପାଣ୍ଡିଆନଙ୍କୁ ସମାଲୋଚନା ସହ ଓଡ଼ିଶା ଲୋକଙ୍କୁ ଅପିଲ କଲେ ବିଶ୍ୱଶର୍ମା। ଟଙ୍କାଏ, ଦୁଇଟଙ୍କା ଚାନ୍ଦା କରିବାକୁ ଓଡ଼ିଶା ଲୋକଙ୍କୁ ଅପିଲ କଲେ। ସେ କହିଛନ୍ତି, ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ତାମିଲନାଡୁକୁ ପ୍ଲେନ ଟିକେଟ କିଣନ୍ତୁ। ଏମିତି କଲେ ରାଜ୍ୟ ବଞ୍ଚିଯିବ ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଶାସନ କେଉଁଥିରେ ଓଡ଼ିଆରେ ନା ତାମିଲରେ ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶାହ। ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍‌ଙ୍କୁ କରୁଛି ଡାଇରେକ୍ଟ ଆଟାକ୍।

Advertisment

ଆଉ ଗୋଟିଏ ପରେ ଗୋଟିଏ ଜନସଭାକୁ ଆହୁରି ସରଗମ କରୁଛି ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଣ୍ଡିଆନଙ୍କୁ ଟାର୍ଗେଟ୍। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଛତାବର ସଭା ପରେ ଗଂଜାମ କବିସୂର୍ଯ୍ୟନଗର ପ୍ରଚାର ମଞ୍ଚରୁ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଜେଡି ସରକାର ଉପରେ ବର୍ଷି ହିମନ୍ତ କହିଛନ୍ତି- ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ, ଜୁନ୍ ୧୦ ସୁଦ୍ଧା ପାଣ୍ଡିଆନ୍ ରତ୍ନଭଣ୍ଡାର ଚାବି ନକାଢ଼ିଲେ ବିଜେପି ସରକାର ଆସିବ, ଆଉ ଆମେ ଚାବି ପାତାଳରେ ଥିଲେ ବି ଖୋଜି ଆଣିବୁ। ଲୋକଙ୍କ ଇମୋସନ୍ ସହ ନଖେଳି, ତୁରନ୍ତ ରତ୍ନଭଣ୍ଡାର ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ପଡ଼ିବ ବୋଲି ହିମନ୍ତ କହିଛନ୍ତି।

BJP Odisha Politics VK Pandian General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ